ଓଡ଼ିଶା ଖବରନ୍ୟୁଜ୍

ଗୁମା ଘାଟିରେ ମର୍ମାନ୍ତୁଦ ଦୁର୍ଘଟଣା

ଗୁମା ଘାଟିରେ ମର୍ମାନ୍ତୁଦ ଦୁର୍ଘଟଣା

ରାୟଗଡା:-(ରିପୋର୍ଟ:-ପ୍ରସାଦ ସାହୁକାର )ଗୁମା ଘାଟିରେ ଏକ ମର୍ମାନ୍ତୁଦ ଦୁର୍ଘଟଣା ଘଟି ଜନକଙ୍କ ଅକାଳ ମୃତ୍ୟୁ ହେଇଛି | ଅଳ୍ପକେ ବର୍ତିଲେ ୨ ବର୍ଷର ଶିଶୁ ମା ଗୁରୁତର ଅବସ୍ଥାରେ ରାୟଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି | ଏହିଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ରାୟଗଡ଼ କୋରାପୁଟ ଜିଲ୍ଲା ସୀମାନ୍ତ ଗୁମା ଘାଟିରେ |

ଏହି ଜାଗାରେ ପ୍ରାୟ ସବୁବେଳେ ଦୁର୍ଘଟଣା ଘଟୁଛି କିନ୍ତୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାଥୁବାର ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି | ପ୍ରାପ୍ତ ଖବର ଅନୁସାରେ ରାୟଗଡ଼ କୁ କୌଣସି କାମରେ ଯାଇ ଫେରିଥୁବା ବେଳେ ଗୁମା ଘାଟିରେ ହଠାତ ଏକ ବୋଲେରୋ ସହ ମୁହାଁ ମୁହିଁ ହେଇଯିବା ଫଳରେ ଧକା ହେଇ ଘଟଣା ସ୍ଥଳରେ ରମେଶ ମାଝିଙ୍କ 31 ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ଚାନ୍ଦିନୀଙ୍କୁ ଗୁରୁତର ଆଘାତ ଲାଗିଛି ହେଲେ ତାଙ୍କ ସହ 2ବର୍ଷର ଶିଶୁ ଶିବାନୀ ଙ୍କୁ କିଛି ହେଇନଥିବା ଜଣା ପଡିଛି |

.ମୃତକଙ୍କ ଗ୍ରାମ କାଶୀପୁର ବ୍ଲକର ଶଙ୍କରଡ଼ା ପଞ୍ଚାୟତର ଏକଡେଲି ଗ୍ରାମର ବୋଲି ଜଣାପଡିଛି ତାଙ୍କର ମଟରସାଇକେଲ ସି ଡି ଡାନ ଓ ଆର 18 ଜୟ 5872 ହେଇଥିବାବେଳେ କୋରାପୁଟ ଅଭିମୁଖେ ଯାଉଥିବା ବୋଲେରୋ ନମ୍ବର ଓ ଡି 18 ବି 8787 ବୋଲି ଜଣା ପଡିଛି | ଘଟଣା ସ୍ଥଳରେକୁମ୍ଭୀକଟା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ବୋଲେରୋ ଜବତ କରିଛି ଖବର ସଂଗ୍ରହ ସମୟ ବେଳକୁ ଶବ ବ୍ୟବଛେଦ କରାଯାଇ ନ ଥିଲା | ଜନ ସାଧାରଣଙ୍କ ଦାବି ଏହିକିଯେ ଦୁର୍ଘଟଣା ପ୍ରବଣ ଜାଗାକୁ କିପରି ବ୍ୟବସ୍ଥା କଲେ ଦୁର୍ଘଟଣା ରୋକା ଯାଇ ପାରିବ ଓ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଦାବୀ କରିଛନ୍ତି |

Related posts

ଓଡ଼ିଶାର ମାନ ରଖିଲେ ଗାନ୍ଧୀଜୀ ଵିଦ୍ୟାପିଠ

Odisha Halchal

ଝୁଲନ୍ତା ଅବସ୍ଥାରେ ମୃତ ଦେହ

Odisha Halchal

ପ୍ରଧାନମନ୍ତ୍ରୀ ଆବାସ ଗୃହରୁ ବଞ୍ଚିତ

Odisha Halchal

Leave a Comment