ଅପରାଧଓଡ଼ିଶା ଖବରନ୍ୟୁଜ୍

ଗୁଣୀ ଗାରେଡ଼ି ସନ୍ଦେହରେ ପିଟି ପିଟି ହତ୍ୟା କଲେ ଲୋକେ

ଗୁଣୀ ଗାରେଡ଼ି ସନ୍ଦେହରେ ପିଟି ପିଟି ହତ୍ୟା କଲେ ଲୋକେ

ମାଲକାନଗିରି:- ୧୮/୦୫/୨୦୨୨(ରିପୋର୍ଟ- କ୍ରିଷ୍ଣପଦୋ ରାୟ) କାଲିମେଳା, କାଙ୍ଗୁରକୋଣ୍ଡାଆଜି ସକାଳ ୮ ଘଟିକା ସମୟରେ କାଙ୍ଗୁରୁକୋଣ୍ଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତି ଙ୍କୁ ପିଟି ପିଟି ହତ୍ୟା କରିଥିବା ଭଳି ଗୋଟିଏ ଅଭାବନିୟ ଘଟଣା ଦେଖିବାକୁ ମିଳିଛି।ଉକ୍ତ ଗ୍ରାମରେ ସକାଳ ୮ ଟା ସମୟରେ ଗ୍ରାମର ମୂଖିଆ ମାନଙ୍କର ଡାକରାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ଗ୍ରାମର ପଦିଆ ମାଡକାମିଙ୍କୁ ମଧ୍ୟ ଡକାଇଥିଲେ। ବୈଠକ ଚାଲିଥିବା ବେଳେ , ଗ୍ରାମର ଜଣେ ମହିଳା ଦେବେ ମାଡକାମୀ ଯିଏକି ୧୫ ୫ ୨୦୨୨ ରେ ମୃତ୍ୟୁ ବରଣ କରିଥିଲେ, ତାଙ୍କୁ ପଦିଆ ଗୁଣିଆ କରି ମାରିଛନ୍ତି ବୋଲି ଅଭିଯୋଗ ହୋଇଥିଲା।ପଦିଆଏହାକୁ ମନା କରିବାରୁ ଗ୍ରାମର କେତେକ ଲୋକ କୋଣା ମାଡକାମି,ମୁକୁନ୍ଦ ମାଡକାମୀ,ମାଲା ମାଡକାମୀ ମିଶି ପଦିଆକୁ ବାଡ଼େଇ ବାଡ଼େଇ ବୈଠକ ସ୍ଥାନରେ ମାରିଦେଇଥିବା ଜଣାପଡିଛି।

ଏହି ଘଟଣାର ଖବର ପାଇ କାଲିମେଳା ଥାନା ଆଇ,ଆଇ,ସି ତଥା ଅନ୍ୟ ‌ଅଧିକାରୀ ମାନେ ସେଠାରେ ଉପସ୍ଥିତ ହୋଇ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ମୃତ ପଦିଆର ପୁଅ ବିରେନ୍ଦ୍ର ମାଡକାମୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏବଂ କାଲିମେଳା ଥାନାରେ ଏ ନେଇ ୧୩୯/୨୨ ରେ ଏକ ମାମଲା ରୁଜୁ ହୋଇଛି।

Related posts

ବାରହା ଫାସରେ ପଡିଲେ ଚାଷୀ

Odisha Halchal

ଜିଲ୍ଲା ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ

Odisha Halchal

ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା

Odisha Halchal

Leave a Comment