ଅପରାଧଓଡ଼ିଶା ଖବରନ୍ୟୁଜ୍

ଗଞ୍ଜେଇ ଚୋରା ଚାଲାଣ କରୁଥିବା ଡାଇକ୩ ଅଞ୍ଚଳର ଗିରଫ

ଗଞ୍ଜେଇ ଚୋରା ଚାଲାଣ କରୁଥିବା ଡାଇକ୩ ଅଞ୍ଚଳର ଗିରଫ

ମାଲକାନଗିରି :- ତାରିଖ ୦୯/୦୫/୨୦୨୨(ରିପୋର୍ଟ, କ୍ରିଷ୍ଣପଦୋ ରାୟ) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଏସଆଇ ସର୍ବେଶ୍ଵର ଭୋଇଙ୍କ ନେତୃତ୍ଵରେ ଚିତ୍ରାକୋଣ୍ଡା ପୋଲିସ ଟିମ୍ ଟନେଲ୍ କ୍ୟାମ୍ପ, ଡାଇକ୍ -୧,ଡାଇକ୍-୨ ଏବଂ ଡାଇକ୍-୩ ଅଞ୍ଚଳରେ ପାଟ୍ରୋଲିଂ ଓ ଏମଭି ଯାଞ୍ଚ କରୁଥିଲେ।

ଠିକ ଏହି ସମୟରେ ସେମାନେ ଦେଖିବାକୁ ପାଇଥିଲେ ଦୁଇଜଣ ବ୍ୟକ୍ତି ପାଞ୍ଚଟି ପ୍ଲାଷ୍ଟିକ୍ ବ୍ୟାଗ୍ ନେଇ ଟନେଲ୍ କ୍ୟାମ୍ପରୁ ପ୍ରାୟ ୮ ଶହ ମିଟର ଦୂର ରାସ୍ତାକଡରେ ଛିଡା ହୋଇଛନ୍ତି |

ପୋଲିସକୁ ଦେଖି ସେମାନେ ଜଙ୍ଗଲକୁ ଦୌଡ଼ି ଯାଇ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ଏବଂ ପୋଲିସ ସେମାନଙ୍କ ପିଛା କରି ଧରିବାରେ ସଫଳ ହୋଇଥିଲା।

ପରବର୍ତ୍ତୀ ସମୟରେ ପ୍ଲାଷ୍ଟିକ ବ୍ୟାଗ ଗୁଡିକୁ ଯାଞ୍ଚ କରିବାରୁ ଜଣାପଡିଥିଲା ଯେ ସେମାନେ ଉକ୍ତ ବ୍ୟାଗରେ ୧୨୨ କିଲୋ ୭୦୦ ଗ୍ରାମ ଗଞ୍ଜେଇ ରଖି ଆନ୍ଧ୍ର ପ୍ରଦେଶର ଦାରାକୋଣ୍ଡା ଅଞ୍ଚଳରେ ବିକ୍ରୀ କରିବାକୁ ନେଉଥିଲେ।
ତେବେ ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିବା ଡାଇକ୩ ଅଞ୍ଚଳର ବୁଦୁ ହରିଜନ ଏବଂ ବୁଦୁରା ହରିଜନକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Related posts

ମୋଦୀ ସରକାର ଦେବେ ୩୬ ହଜାର ଟଙ୍କାର ପେନସନ୍

Odisha Halchal

୬ ଦଫା ଦାବୀ ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ

Odisha Halchal

ସଂଘବଦ୍ଧ ଆକ୍ରମଣରେ ଗଲା ଜୀବନ

Odisha Halchal

Leave a Comment