ଓଡ଼ିଶା ଖବରଖେଳନ୍ୟୁଜ୍

ଖେଳାଳି ମାନଙ୍କର ଐତିହାସିକ ସଫଳତା

ଖେଳାଳି ମାନଙ୍କର ଐତିହାସିକ ସଫଳତା

ସମ୍ବଲପୁର :-(ରିପୋର୍ଟ:-ସତ୍ୟପ୍ରିୟ ମହାପାତ୍ର)ଗୁଜୁରାଟର ସୁରଟ ଠାରେ ଗତ ଅକଟୋବର ମାସ 24 ରୁ 30 ତାରିଖ ପର୍ଯ୍ୟନ୍ତ ଆୟୋଜିତ 14 ମେ ଅକ୍ଷୟ କୁମାର ଆନ୍ତର୍ଜାତୀୟ କୁଡୋ ଚମ୍ପିୟାନ ସିପ,13ତମ ଜାତୀୟ କୁଡୋ ଚମ୍ପିୟାନ ସିପ ତଥା 3ତମ ଫେଡେରେସନ କପରେ ଦେବଗଡ଼ ଜିଲ୍ଲାର 10 ଜଣ ପ୍ରତିଯୋଗୀ ଓଡିଶା ଦଳ ପକ୍ଷରୁ ଭାଗ ନେଇ ଉଲ୍ଲେଖନୀୟ ସଫଳତା ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି l

ନିଜ ନିଜ ବର୍ଗରେ ଖେଳି ଦେବଗଡ଼ ଜିଲ୍ଲା ପାଇଁ ମୋଟ 12 ଟି ଆନ୍ତର୍ଜାତୀୟ ଓ ଜାତୀୟ ସ୍ତରର ପଦକ ହାସଲ କରିଛନ୍ତି l ସେଥି ମଧ୍ୟରୁ 3ଟି ସ୍ବର୍ଣ୍ଣ,2ଟି ରୋପ୍ୟ,7ଟି ବ୍ରୋଞ ପଦକ ରହିଛି. ଅନମୋଲ ନାୟକ, ଖୁସି ମୁଣ୍ଡା, ସମୀକ୍ଷା ମୁଣ୍ଡା ସ୍ବର୍ଣ୍ଣ ପଦକ ପାଇଥିବା ବେଳେ ଆୟୁଷ ପାତ୍ର, ସଚିନ ମୁଣ୍ଡା ରୋପ୍ୟ ପଦକ ଏବଂ ଅଂଶୁମାନ ମୁଣ୍ଡା, ମନିଷ ଲାକ୍ରା (2ଟି ), ଆୟୁଷ ପାତ୍ର, ସମୀକ୍ଷା ମୁଣ୍ଡା (2ଟି ), ଲିଙ୍ଗରାଜ ପାତ୍ର ବ୍ରୋଞ ପଦକ ହାସଲ କରିଛନ୍ତି l

ଏହିଭଳି ଐତିହାସିକ ସଫଳତା ପାଇଁ ଦେବଗଡ଼ ଜିଲ୍ଲାର ସ୍ଥାନୀୟ ଅଂଚଳ ତଥା ବିଭିନ୍ନ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି l କୁଡୋ ଏକାଡେମୀ ଦେବଗଡ଼ର ପ୍ରଶିକ୍ଷକ ଅନିଲ କୁମାର ବାର୍ଲା, ଉପଦେଷ୍ଟା କ୍ଷମାନିଧି ସାହୁ ଅନୁଷ୍ଠାନର ସଭାପତି ଡ଼ା ଅମରେଶ ସ୍ୱାଇଁ ତଥା ପରିବାର ବର୍ଗ ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି

Related posts

ବେଡ୍‌ରୁ ଉଠି ନୂଆ ଗୀତ ଗାଇଲେ କାଚା ବାଦାମ ଫେମ୍‌ ଭୁବନ

Odisha Halchal

ଅଟା କିଣିବାକୁ ଦୋକାନରେ ପଶିଲେ, ବୃଦ୍ଧ ଦୋକାନୀଙ୍କୁ ବାନ୍ଧି ଲୁଟି ନେଲେ

Odisha Halchal

କାଳବୈଶାଖୀ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ୩୦-୪୦ କିଲୋମିଟର ବେଗରେ ବହିବ ପବନ

Odisha Halchal

Leave a Comment