ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ବେଡ୍‌ରୁ ଉଠି ନୂଆ ଗୀତ ଗାଇଲେ କାଚା ବାଦାମ ଫେମ୍‌ ଭୁବନ

ବେଡ୍‌ରୁ ଉଠି ନୂଆ ଗୀତ ଗାଇଲେ କାଚା ବାଦାମ ଫେମ୍‌ ଭୁବନ

ଆଖିରେ କଳା ଚଷମା ଆଉ ଦେହରେ ହଳଦିଆ କୁର୍ତା। କାନ୍ଧରେ ବ୍ୟାଗ୍‌। ଚିତା ଚଇତନ କାଟି ପୁଣି ଟ୍ରାକ୍‌ ଫେରିଛନ୍ତି କାଚା ବାଦାମ୍‌… ସିଙ୍ଗର ଭୁବନ ବାଦ୍ୟାକାର। ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ଭୁବନ ଏବେ ପୁଣି ଦେଖାଇଛନ୍ତି ନିଜ ସିଙ୍ଗିଙ୍ଗ ଟ୍ୟାଲେଣ୍ଟ। ହସ୍ପିଟାଲ ବେଡ୍‌ରୁ ଉଠି ସେ ଗାଇଛନ୍ତି ନୂଆ ଗୀତ। ତେବେ ଏଥର କାଚା ବାଦାମକୁ ନେଇ ନୁହେଁ ତାଙ୍କ ନୂଆ କାର୍‌କୁ ନେଇ ସେ ତିଆରି କରିଛନ୍ତି ଗୀତ। ଯାହାର ଭିଡିଓ ଏବେ ପୁଣିଥରେ ଭାଇରାଲ ହେବାରେ ଲାଗିଛି।

ବାଦାମ ବିକାଳିରୁ ସୋଶାଲ ମିଡିଆ ସେନ୍‌ସେସନ୍‌ ପାଲଟିଥିବା ଭୁବନ ନିଜ କାର୍‌ ଦୁର୍ଘଟଣାକୁ ନେଇ ତିଆରି କରିଦେଇଛନ୍ତି ଗୀତ। ପୁଣି ଥରେ ନିଜ ଧୁନ୍‌ ଜରିଆରେ ସେ ଲୋକଙ୍କୁ କରିଛନ୍ତି ମତୁଆଲା। ଆଉ ଭୁବନଙ୍କ ଗୀତ ଶୁଣି ଦର୍ଶକମାନେ କିଛି ବିଝି ପାରୁନଥିଲେ ମଧ୍ୟ ଝୁମିବାରେ ଲାଗିଛନ୍ତି। ନିଜ ନୂଆ ଗାଡିକୁ ନେଇ ଭୁବନ ‘ଆମାର ନୂତନ ଗାଡି ତଥା ମୋ ନୂଆଁ ଗାଡି’ ବୋଲି ଗୀତ ଗାଇଛନ୍ତି। ଏହି ଗୀତ ଜରିଆରେ ଭୁବନ କାର୍‌ ଦୁର୍ଘଟଣା କେମିତି ହେଲା ତାହା ବଖାଣିଛନ୍ତି।

Related posts

ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଲା ହିରୋ ପ୍ରେମିକ

Odisha Halchal

ପାଞ୍ଚ ଶହ ଦିନରୁ ଅଧିକ ହୋଇଗଲାଣି ଧାରଣା,ନଜର ନାହିଁ ପ୍ରଶାସନର

Odisha Halchal

ମେ’ ଶେଷରେ ଆସିବ ମୌସୁମୀ

Odisha Halchal

Leave a Comment