ଓଡ଼ିଶା ଖବରନ୍ୟୁଜ୍

ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏନଏସଏସ ତରଫରୁ ବିଶ୍ୱ ଏଡସ ଦିବସ ପାଳିତ

ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏନଏସଏସ ତରଫରୁ ବିଶ୍ୱ ଏଡସ ଦିବସ ପାଳିତ

ନୂଆପଡ଼ା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ )ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଛି l ମହାବିଦ୍ୟାଳୟ ର ଅଧକ୍ଷ ତରୁଣ କୁମାର ପ୍ରଧାନ ପତାକା ଦେଖାଇ ବିଶ୍ୱ ଏଡ଼ସ ଦିବସ ରେଲ୍ଲୀ କୁ ଶୁଭାରମ୍ବ କରିଥିଳେ l ମୁଖ୍ୟ ବକ୍ତା ଭାବରେ ସମାଜସେବୀ ଗୋପାଳ ମିଶ୍ର ଯୋଗ ଦେଇଥିବା ଅଧ୍ୟାପକ ସଂଗୀତା ନେତାମ, ସି.କେ.ମହାନ୍ତି, ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l

ଏହି ଅବସରରେ ଏନଏସଏସ ଅଧିକାରୀ ଡାକ୍ତର ସୁରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ ମହାବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ମିଶନ, ଲୋହରାପାଳି, ମୁକ୍ତାପୁର ଆଦି ଗ୍ରାମ ପରିକ୍ରମା କରି ଏଡ଼ସ ଉପରେ ଲୋକଙ୍କୁ ସଚେତନତା କରାଇ ଥିଲେ l ବିଭିନ୍ନ ସ୍ଲୋଗାନ ଦେଇ ଛାତ୍ରଛାତ୍ରୀ ମାନେ ନଗର ପରିକ୍ରମା କରିଥିଲେ l

ଏଡ଼ସ ମୁକ୍ତ ଭାରତ ଗଠନ କରିବା, ଏଡ଼ସ ରୋଗ ଉପରେ ସଚେତନ ହେବା ସହ ଏଡ଼ସ ରୋଗୀ ଙ୍କୁ ଘୃଣା ନ କରି ଏଡ଼ସ ରୋଗ କୁ ଘୃଣା କରିବାକୁ ସଚେତନତା ବାର୍ତା ଦେଇ ଛାତ୍ରଛାତ୍ରୀ ମାନେ ସହର ପରିକ୍ରମା କରିଥିଲେ l ଏନଏସଏସ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସରୋଜ କଲଟା, ଯଜ୍ଞ ପ୍ରସାଦ ଶବର, ବୀରେନ୍ଦ୍ର ବାଗ, ଚୋକରାମ ସାହୁ, ଦେବେଶ ତାଣ୍ଡି, ରାଜଶ୍ରୀ ସୁପକାର, ଦିପ୍ତିମୟୀ ବେହେରା, ଅଙ୍କିତା ଦଣ୍ଡସେନା, ସ୍ନେହା ଦାସ, ସମୀକ୍ଷା ସାହୁ, ସଂସ୍କୃତି ଗଡ଼ନାୟକ ଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ସାମିଲ ଥିଲେ ।

Related posts

ସ୍ତ୍ରୀ ଥାଇ ବି ଅନ୍ୟ ଯୁବତୀଙ୍କ ସହ ସଂପର୍କ

Odisha Halchal

ଭାରତ ଆସିବେ ଜଷ୍ଟିନ୍ ବିବର! ଅକ୍ଟୋବରରେ ଦେବେ ପ୍ରସ୍ତୁତି, ଟିକେଟ୍ ୪୦୦୦ ଟଙ୍କାରୁ ଆରମ୍ଭ

Odisha Halchal

କଙ୍ଗାରୁକୋର୍ଟର ଶିକାର ଅନେକ ପରିବାର

Odisha Halchal

Leave a Comment