ଅପରାଧଓଡ଼ିଶା ଖବରନ୍ୟୁଜ୍

କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନରୁ ମୃତ୍ୟୁ ଘଟଣା: ୪ ଡାକ୍ତରଙ୍କୁ ୱାର୍ଣ୍ଣିଂ

କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନରୁ ମୃତ୍ୟୁ ଘଟଣା ୪ ଡାକ୍ତରଙ୍କୁ ୱାର୍ଣ୍ଣିଂ

କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ୪ ଜଣ ଡାକ୍ତରଙ୍କୁ ୱାର୍ଣ୍ଣିଂ ଦିଆଯିବା ସହ ଜଣେ ଡାକ୍ତରଙ୍କୁ ବଦଳି କରାଯାଇଛି । ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।

ମେଡିସିନ ବିଭାଗର ଏଚଓଡିଙ୍କ ତତ୍ତ୍ୱାବଧାନରେ ଏହି ରିପୋର୍ଟ ପ୍ରଦାନ କରାଯାଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ସୂଚନା ଅନୁସାରେ, ଗତକାଲି ଧଉଳି କମାରଡିହର ଜଣେ ଅସୁସ୍ଥ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।

ତେବେ ଡାକ୍ତରଙ୍କ ଦ୍ୱାରା ଭୁଲ ଇଞ୍ଜେକ୍ସନ ଦିଆଯାଇଥିବାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ଏ ନେଇ ପରିବାର ଲୋକଙ୍କ ତରଫରୁ କ୍ୟାପିଟାଲ ଥାନାରେ ଏତଲା ମଧ୍ୟ ଦାୟର କରାଯାଇଥିଲା । ଅଭିଯୋଗକୁ ଆଧାର କରି ହସ୍ପିଟାଲ କର୍ତ୍ତୃପକ୍ଷ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Related posts

ଭିନ୍ନକ୍ଷମକୁ ଅନଫିଟ୍ କହି ବୋର୍ଡିଂ କଲେନି ବିମାନ କର୍ମଚାରୀ

Odisha Halchal

ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ସ୍ପଷ୍ଟ ଜଣାପଡ଼ିବ

Odisha Halchal

ମୋବାଇଲ୍‌ ପାଇଁ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାରିଦେଲେ ତାଙ୍କ ଦୁଇ ସାଙ୍ଗ

Odisha Halchal

Leave a Comment