ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

କେନ୍ଦ୍ର ସରକାର ନେଲେ ଆଉ ଏକ ବଡ଼ ନିଷ୍ପତ୍ତି, ଖାଇବା ତେଲ ପରେ ଶସ୍ତା ହେବ ଚୀନୀ

କେନ୍ଦ୍ର ସରକାର ନେଲେ ଆଉ ଏକ ବଡ଼ ନିଷ୍ପତ୍ତି, ଖାଇବା ତେଲ ପରେ ଶସ୍ତା ହେବ ଚୀନୀ

ଦେଶର ଜନସାଧାରଣଙ୍କୁ କେନ୍ଦ୍ର ସରକାର ମହଙ୍ଗାରୁ ମୁକ୍ତି ଦେବା ପାଇଁ ଉଦ୍ୟମ କରୁଛନ୍ତି । ପେଟ୍ରୋଲ, ଡିଜେଲ, ଖାଇବା ତେଲ ଓ ଗହମ ପରେ କେନ୍ଦ୍ର ସରକାର ଏବେ ଚୀନୀ ଦର ଶସ୍ତା କରିପାରନ୍ତି । ଗହମ ରପ୍ତାନୀ ଉପରେ କଟକଣା ଲଗାଇବା ପରେ ସରକାର ଏବେ ଚୀନୀର ରପ୍ତାନୀ ଉପରେ ଜୁନ ୧ ତାରିଖ ଠାରୁ କଟକଣା ଲଗାଇବେ ।

ଏହା ଦ୍ୱାରା ଘରୋଇ ବଜାରରେ ଚୀନୀର ଉପଲବ୍ଧତା ବେଶୀ ରହିବ । ଫଳରେ ଚୀନୀ ଦର ମଧ୍ୟ ହ୍ରାସ ପାଇବା ଆଶଙ୍କା ରହୁଛି ।
ଉପଭୋକ୍ତା ବ୍ୟାପାରର ମନ୍ତ୍ରାଳୟ ତରଫରୁ ଚୀନୀର ରପ୍ତାନୀ ଉପରେ କଟକଣା ନେଇ ଜାତୀୟ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ସରକାରଙ୍କ ତରଫରୁ ସୂର୍ଯ୍ୟମୁଖୀ ଓ ସୋୟାବିନ ତେଲ ଆମଦାନୀ ଉପରେ କଷ୍ଟମ ଡ୍ୟୁଟି ଶେଷ କରାଯାଇଥିଲା ।

ଏହି ନିଷ୍ପତ୍ତିର ପ୍ରଭାବ ସିଧାସଳଖ ତେଲ ଦର ଉପରେ ପଡ଼ିଛି । ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ଏକ ବିଜ୍ଞପ୍ତି ଜାରି କହିଛି ଯେ, ଚୀନୀର ରପ୍ତାନୀ ଅଗାମୀ ଜୁନ ୧ ତାରିଖରୁ କଟକଣା ତାଲିକାରେ ରଖାଯାଇଛି ।

Related posts

ମଦ ପିଇବାକୁ ବାରଣ କରିବାରୁ ମା’କୁ ପିଟି ମାରିଦେଲା ପୁଅ

Odisha Halchal

ଗଳାକାଟୀ ଯୁବତୀଙ୍କୁ ହତ୍ୟା

Odisha Halchal

ଫାର୍ମପଣ୍ଡ ନାମରେ ମହାଦୁର୍ନୀତି

Odisha Halchal

Leave a Comment