ଅପରାଧଓଡ଼ିଶା ଖବରନ୍ୟୁଜ୍

କେନ୍ଦୁଝରରେ ଟାଟା କମ୍ପାନୀର ଦାଦାଗିରି, ଘରେ ପଶି ଉପଭୋକ୍ତାଙ୍କୁ ନିର୍ଧୁମ ଛେଚିଲେ

ଟାଟା କମ୍ପାନୀର ଦାଦାଗିରି

କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁର ସ୍ଥିତ କୃଷ୍ଣଚନ୍ଦ୍ର ସାହୁଙ୍କ ଘରେ ସକାଳୁ ହଠାତ ଟାଟା ବିଦ୍ୟୁତ ବିତରକ କମ୍ପାନୀର କର୍ମଚାରୀ ପଶିଥିଲେ । ତାଙ୍କ ଘରେ ପଶିବା ସହ ଘରେ ଫଟୋ ଉଠାଇଥିଲେ ।

ଫଟୋ ଉଠାଇବା ସମ୍ପର୍କରେ ପଚାରିବାରୁ କୃଷ୍ଣଚନ୍ଦ୍ରଙ୍କ ସାନଭାଇ ଜଗନ୍ନାଥଙ୍କୁ କମ୍ପାନୀର ଜେଇ ଓ କର୍ମଚାରୀମାନେ ଆକ୍ରମଣ କରିଥିଲେ । ଆକ୍ରମଣ ବେଳେ ପାଟିତୁଣ୍ଡ ହେବାରୁ ସ୍ଥାନୀୟ ଲୋକ ଜମା ହେବା ସହ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।

ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ଫଳରେ ପରିସ୍ଥିତି ଶାନ୍ତ ହୋଇଥିଲା । ଏନେଇ ଦୁଇ ପକ୍ଷରୁ ଥାନାରେ ଏତଲା ପ୍ରଦାନ କରାଯାଇଛି । ଘଟଣାର ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଏହିଭଳି ଟାଟା କମ୍ପାନୀର ଗୁଣ୍ଡାଗର୍ଦ୍ଦି ଓ ପକ୍ଷପାତିତା ବିରୋଧରେ ଜନ ଅସନ୍ତୋଷ ପ୍ରକାଶ ପାଇଛି ।

Related posts

ଲୋକପ୍ରିୟ ସିଙ୍ଗର୍‌ ଜାନି ଜୋହାନଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

Odisha Halchal

ଚାକିରୀ ଦେବା ନାମରେ ଚାଲିଛି ନକଲି ସାମ୍ବାଦିକଙ୍କ ଠକ ରାକେଟ

Odisha Halchal

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ

Odisha Halchal

Leave a Comment