କଟକ ବିଡାନାସୀ ଚହଟା ଲେନ ସିରିଜ ଲୁଟ୍ ଘଟଣା । ଏହି ମାମଲାରେ ଅଭିଯୁକ୍ତ ଗିରଫ ହୋଇଛି । ଗତ ମାର୍ଚ୍ଚରେ ତିନୋଟି ଘରୁ କଳାକନା ବୁଲାଇଥିଲା ଚୋର । ଝରକା ତାଡି ଘର ଭିତରେ ପଶିଥିଲା ଚୋର ।
ତେବେ ଏହି ମାମଲାରେ ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ କରାଯାଇଛି । ଏହାସହିତ ୪ ଅଭିଯୁକ୍ତକୁ ଗିରଫ କରାଯାଇଛି । ତେବେ ଏନେଇ କଟକ ଡିସିପି ପ୍ରତୀକ ସିଂହ ପ୍ରେସମିଟ କରି ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଏହି ଗ୍ୟାଙ୍ଗ ଚହଟା ଲେନର ଏକାସାଙ୍ଗରେ ତିନିଟି ଘରୁ କଳା କନା ବୁଲାଇଥିଲେ । ଘରେ କେହି ନଥିବା ବେଳେ ଝରକା ଭାଙ୍ଗିକି ପଶିଥଇଲେ । ଆଉ ଲୁଟ କରିଥିଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ।
ତେବେ ଏନେଇ ସ୍ଥାନୀୟ ଥାନାରେ ମାମଲା ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାସ୍ଥଳରେ ଡଗ ସ୍କ୍ୱାର୍ଡ, ସାଇଣ୍ଟିଫିକ ଟିମ ପହଞ୍ଚି ଯାଞ୍ଚ କରିଥିଲେ । ଏହାସହିତ ବିଭିନ୍ନ ଜିଲ୍ଲାରେ ତଦନ୍ତ ମଧ୍ୟ କରିଥିଲା ପୋଲିସ । ଆଉ ଶେଷରେ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ ।