ଅପରାଧଓଡ଼ିଶା ଖବରନ୍ୟୁଜ୍

ଏସଡିଜେଏମ୍ କୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କଲେ ଲେଡି ବ୍ଲେକ୍‌ମେଲ୍‌ ଅର୍ଚ୍ଚନା ନାଗ

ଏସଡିଜେଏମ୍ କୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କଲେ ଲେଡି ବ୍ଲେକ୍‌ମେଲ୍‌ ଅର୍ଚ୍ଚନା ନାଗ

ଆଗୁଆ ଜାମିନ୍‌ ଆବେଦନ କଲେ ଅର୍ଚ୍ଚନା ନାଗ । ବହୁ ଚର୍ଚ୍ଚିତ ରାଜଧାନୀର ବ୍ଲେକ୍‌ମେଲ୍‌ ଲେଡି ଘଟଣାରେ ଭୁବନେଶ୍ବର sdjm କୋର୍ଟରେ ଜାମିନ୍‌ ଆବେଦନ କରାଯାଇଛି ।

ଅନ୍ୟପଟେ ବ୍ଲାକମେଲର୍ ଅର୍ଚ୍ଚନା ନାଗ ଗିରଫ ମାମଲାରେ ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ ପାଇଁ ରିଜର୍ଭ ବ୍ୟାଙ୍କକୁ ଚିଠି ଲେଖାଯାଇଥିବା ବେଳେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ଛଡ଼ା ସିଲ୍ ହେବ କାର୍ ସୋ’ରୁମ୍‌,ଫାର୍ମ ହାଉସ ମଧ୍ୟ ସରକାରଙ୍କ ଅଧୀନକୁ ଆସିବ ଏବଂ ଅର୍ଚ୍ଚନା ନାଗ ରିମାଣ୍ଡରେ ଆସିବା ନେଇ କମିସନରେଟ୍ ପୁଲିସ୍ ପ୍ରତିକ୍ରିୟା ରଖିଛନ୍ତି ।

ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଯୁବତୀଙ୍କୁ ଦେହ ବେପାରରେ ସାମିଲ କରି ବଡ଼ବଡ଼ିଆଙ୍କୁ ବ୍ଲାକମେଲ୍ କରିବା ଘଟଣାର ସୂତ୍ରଧର ହେଉଛନ୍ତି ଅର୍ଚ୍ଚନା ବୋଲି ଜଣାପଡ଼ିଛି ।ଚଢ଼ଉ ବେଳେ ଚାରିଟି ଫୋନ୍, ୨ଟି ଟାବଲେଟ୍, ଲାପଟପ୍, ଗୋଟିଏ ପେନଡ୍ରାଇଭ୍, ପାସବୁକ୍ ଓ କିଛି ଜରୁରୀ କାଗଜପତ୍ର ଜବତ ହୋଇଥିଲା।

Related posts

ବିଦ୍ୟୁତ୍ ବିଭାଗ ଅବହେଳା

Odisha Halchal

ମଧୁବାବୁ ପେନସନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

Odisha Halchal

ମନମୁଣ୍ଡା ଗ୍ରାମ ପଞ୍ଚାୟତରେ ପ୍ରଥମ ଗ୍ରାମସଭା

Odisha Halchal

Leave a Comment