ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଇରାକ୍‌ରେ ଆମେରିକୀୟ ଦୂତାବାସ ଉପରେ ଖସିଲା ୬ ରକେଟ୍‌

ଇରାକ୍‌ରେ ଆମେରିକୀୟ ଦୂତାବାସ ଉପରେ ଖସିଲା ୬ ରକେଟ୍‌

ଇରାକରେ ଆମେରିକୀୟ ଦୂତାବାସ ଉପରେ ରକେଟ ମାଡ଼ ହୋଇଛି । ରକେଟ ମାଡ଼ ହେବା କାରଣରୁ ଦୂତାବାସର ପରିସରରେ ଅଗ୍ନିକାଣ୍ଡ ଦେଖାଯାଇଛି । ଇଷ୍ଟର୍ଣ୍ଣ ୟୁରୋପୀୟ ଗଣମାଧ୍ୟମ ଅନୁସାରେ ଏରବିଲ ଉପରେ ବାଲାଷ୍ଟିକ୍ ମିସାଇଲ ଆକ୍ରମଣ ଇରାନୀ ପକ୍ଷରୁ କରାଯାଇଛି । ଇରାକ ସୁରକ୍ଷା ବଳର ଅଧିକାରୀମାନେ କହିଛନ୍ତି ଯେ, ଶନିବାର ବିଳମ୍ବିତ ରାତିରେ ହୋଇଥିବା ମିସାଇଲ ଆକ୍ରମଣ ନେଇ ମୃତ୍ୟୁ ସୂଚନା ନାହିଁ । କିନ୍ତୁ ରକେଟ ମାଡ଼ ଯୋଗୁଁ ବହୁ କ୍ଷୟକ୍ଷତି ହୋଇଛି ।

ଇରାନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ରିପୋର୍ଟ କରାଯାଇଛି ଯେ, ୬ଟି ବାଲାଷ୍ଟିକ ମିସାଇଲ ଇରାକର ଏରବିଲରେ ଆମେରିକା ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ ହୋଇଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଇରାନରେ ଖଶସାବାଦ ବେସରୁ ଏରବିଲ ଆଡ଼କୁ ଲଞ୍ଚ କରାଯାଇଥିଲା । ତେବେ ଆମେରିକୀୟ ସେନା ଏହି ଆକ୍ରମଣ ନେଇ ତୁରନ୍ତ ପ୍ରତିକ୍ରିୟା ଦେଇ ନାହିଁ ।

ତେବେ ଏହା ଜଣାପଡ଼ିନାହିଁ ଯେ, ବାଲାଷ୍ଟିକ୍ ମିସାଇଲ ଆକ୍ରମଣ କିଏ କରିଛି । ଇରାନ ଗତ ସପ୍ତାହରେ ସିରିଆରେ ଏକ କଥିତ ଇସ୍ରାଏଲ ଆକାଶୀୟ ଆକ୍ରମଣରେ ଇସଲାମିକ ରିଭୋଲ୍ୟୁଶନାରି ଗାର୍ଡ କର୍ପ୍ସର ୨ ଅଧିକାରୀଙ୍କ ମୃତ୍ୟୁ ପାଇଁ ନିକଟରେ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦେଇଥିଲା ।

Related posts

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

Odisha Halchal

ବିମାନରେ ବୋମା ଆତଙ୍କ

Odisha Halchal

ବାଇକ ଚୋରି ରାକେଟର ପର୍ଦ୍ଦାଫାସ

Odisha Halchal

Leave a Comment