ଓଡ଼ିଶା ଖବରଜୀବନଚର୍ଯ୍ୟାନ୍ୟୁଜ୍

ଆଦିବାସୀବହୁଳ ଅଞ୍ଚଳରେ ବର୍ଷିବ ସୁନା

ଆଦିବାସୀବହୁଳ ଅଞ୍ଚଳରେ ବର୍ଷିବ ସୁନା

ଆଦିବାସୀବହୁଳ ଅଞ୍ଚଳର ଲୋକେ ରୋଜଗାର ପାଇଁ ମୁଖ୍ୟତଃ ବଣଜଙ୍ଗଲ ଉପରେ ନିର୍ଭର କରିଥାନ୍ତି । ୧୯୮୮ ମସିହାରୁ ବାଂଶପାଳ ବ୍ଲକ ର ଜଳଡିହା ସମେତ ଗଜପୁର, କୁଶକଳା,କଲଣ୍ଡା ଆଦି ଅଞ୍ଚଳରେ ସୁନାଖଣି ପାଇଁ ନମୂନା ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇ କିଛି ବର୍ଷ ହେବ ବନ୍ଦ ରହିଥିଲା । ହେଲେ, ଗତ ୬ ମାସ ଧରି ପୁନର୍ବାର ଜଳଡିହା ଠାରେ ନମୂନା ସଂଗ୍ରହ କାର୍ଯ୍ୟ ଭାରତ ସରକାରଙ୍କ ଦ୍ବାରା ତ୍ବରାନ୍ବିତ ହେବା ପରେ ଅଞ୍ଚଳବାସୀଙ୍କ ମନରେ ଆଶାର ସଞ୍ଚାର ହୋଇଛି । ସୁନାଖଣି ହେଲେ, ଜଳଡିହା ଗାଁ ସହିତ ସମଗ୍ର ବାଂଶପାଳ ବ୍ଲକବାସୀଙ୍କର ଆର୍ଥିକ ଅଭ୍ୟୁଦୟ ଘଟିବ ବୋଲି କହିଛନ୍ତି ଅଞ୍ଚଳର ଲୋକେ ।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତର ଜଳଡିହା ଗାଁ । ଗାଁଠାରୁ କିଛି ଦୂର ଜଙ୍ଗଲରେ ସୁନାଖଣିର ସନ୍ଧାନ ମିଳିବା ପରେ ଚାଲିଛି ନମୂନା ସଂଗ୍ରହ କାର୍ଯ୍ୟ । ଜଙ୍ଗଲର ଦେଢ କିଲୋମିଟର ବ୍ୟାସାର୍ଧରେ ୧୫ଟି ଗାତ ଶହେ ମିଟର ମାଟି ଭିତର ଯାଏ ଖୋଲି ସେଥିରୁ ନମୂନା ସଂଗ୍ରହ କରାଯାଉଛି । ଗତ ୬ ମାସ ଧରି ଭାରତ ସରକାରଙ୍କ ଦ୍ବାରା ଚାଲିଥିବା ଏହି ନମୂନା ସଂଗ୍ରହ କାର୍ଯ୍ୟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ବାଂଶପାଳ ଜଳଡିହା ଠାରେ ମିଳିଛି ସୁନାଖଣିର ସନ୍ଧାନ। ଆଦିବାସୀବହୁଳ ଅଞ୍ଚଳରେ ବର୍ଷିବ ସୁନା। ଲୋକଙ୍କର ହେବ ଭାଗ୍ୟୋଦୟ। ସୁନାଖଣିର ସନ୍ଧାନ ମିଳିବା ପରେ କେନ୍ଦୁଝର ଜିଲ୍ଲାର ଅବହେଳିତ ବାଂଶପାଳ ବ୍ଲକବାସୀଙ୍କ ଭାଗ୍ୟ ବଦଳିବା ନେଇ ଆଶା ସଞ୍ଚାର ହୋଇଛି । ସୁନାଖଣିର ନମୂନା ସଂଗ୍ରହ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, କେବେ ସୁନାଖଣି ଆରମ୍ଭ ହେବ, ତାକୁହିଁ ଚାହିଁ ରହିଛନ୍ତି ଲୋକେ ।

Related posts

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୬ରେ ଲଘୁଚାପ ସମ୍ଭାବନା

Odisha Halchal

ମୁନିଗୁଡା ପ୍ରେସ କ୍ଲବର ଶାନ୍ତିପୂର୍ଣ ଭାବେ କଳାବ୍ୟାଜ ପରିଧାନ l

Odisha Halchal

ଡ଼ମ୍ପର ଧକ୍କାରେ ସ୍ୱାମୀ ମୃତ,ସ୍ତ୍ରୀ ଗୁରୁତର,କ୍ଷତିପୂରଣ ନେଇ ପରିବାର ସହ ଗ୍ରାମବାସୀ ଙ୍କ ରାସ୍ତା ଅବରୋଧ

Odisha Halchal

Leave a Comment