ଓଡ଼ିଶା ଖବରନ୍ୟୁଜ୍

ଅଳିଆ ଆବର୍ଜ୍ଜନା ରେ ପରିପୂର୍ଣ୍ଣ ମନମୁଣ୍ଡା ସହର

ଅଳିଆ ଆବର୍ଜ୍ଜନା ରେ ପରିପୂର୍ଣ୍ଣ ମନମୁଣ୍ଡା ସହର

ସବୁବେଳେ ଚର୍ଚ୍ଚାରେ ମନ ମୁଣ୍ଡା ଗ୍ରାମ ପଞ୍ଚାୟତ।ଗତ ସରପଞ୍ଚ ନିର୍ବାଚନ ଦିନ ଠାରୁ କେତେବେଳେ ଟଙ୍କା କାରବାର ତ କେତେବେଳେ ଜାତିଗତ ପ୍ରମାଣ ପତ୍ର କୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିବା ବେଳେ ଏବେ କୋମା ଅବସ୍ଥାକୁ ଯିବାକୁ ବସିଲାଣି।ଜନସାଧାରଣ ଙ୍କ ସମସ୍ୟା କୁ ନେଇ କିଛି କହିଲେ ଟିହିକି ଯାଉଛନ୍ତି ସମସ୍ତ ପଞ୍ଚାୟତ ଅଧିକାରୀ ମାନେ।ଅନ୍ୟପଟେ କହିବାକୁ ଗଲେ ବାରମ୍ବାର ପାଣି ସମସ୍ୟା ଲାଗିରହିଥିବା ବେଳେ ଏବେ ପୁଣି ଅଳିଆ ଆବର୍ଜନା ରେ ପରିପୂର୍ଣ୍ଣ ମନମୁଣ୍ଡା ସହର।ଏହି ପଞ୍ଚାୟତରେ ଫେଲ ମାରିଛି ସ୍ୱଚ୍ଛ ଭାରତ ମିଶନ ଓ ଜଳ ପରିମଳ ବିଭାଗର ସ୍ବଚ୍ଛତା ଉପରେ ଉଠୁଛି ପ୍ରଶ୍ନ।ଯେଉଁ ଆଡେ ଦେଖିବ ସହର ସାରା କୁଢକୁଢ ଅଳିଆ ଆବର୍ଜନା।

ମନମୁଣ୍ଡା ଗୋଟିଏ ବାଣିଜ୍ୟ ର ପେଣ୍ଠ ସ୍ଥଳୀ କୁହାଯାଉଥିବା ବେଳେ 8 ରୁ 10 ଟି ପଞ୍ଚାୟତର ଲୋକ ଉକ୍ତ ସହରକୁ ନିତିଦିନ ଯିବା ଆସିବା କରିଥାନ୍ତି।ମନମୁଣ୍ଡା ଦୈନିକ ବଜାର ଠାରୁ ବାଏ ପାସ୍ ରାସ୍ତାକୁ ସଂଯୋଗ ହୋଇଥିବା ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ଏବେ ଅଳିଆ ଆବର୍ଜନା ରେ ପରିପୂର୍ଣ ହୋଇଥିବା ବେଳେ ଅନ୍ୟପଟେ ମନମୁଣ୍ଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପଛପଟେ ଥିବା ରାସ୍ତାଟି ସତେ ଯେମିତି ସସ୍ମାନ ଭୂଇଁ ପରୀ ଅଳିଆ ପଡ଼ିରହିଛି ତାହା ପୁଣି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସେପଟେ ଜୱାନ କ୍ଳବ୍ ସମ୍ମୁଖରେ ଭର୍ତି ହୋଇଛି ଅଳିଆଗଦା।

ଏପରି ଦୁର୍ଗନ୍ଧ ବାହାରୁଛି ଉକ୍ତ ସ୍ଥାନ ମାନଙ୍କରୁ ମଣିଷ କଣ ପଶୁ ମଧ୍ୟ ଉକ୍ତ ରାସ୍ତା ମାନଙ୍କରେ ଯିବା ଅସମ୍ଭବ।ମନ ମୁଣ୍ଡା ମାର୍କେଟ କୁ ଗୁଡଦ୍ଭେଳି ପଦର ,ବରଗୋଛା,ବିଲାସପୁର ଏମିତି ଆହୁରି ଅନେକ ଗ୍ରାମର ଚାଷୀ ପନିପରିବା ବିକ୍ରି ପାଇଁ ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ ଏବେ ଗୋଟିଏ କିଲୋମିଟର ବୁଲି ମାର୍କେଟ ବଣିଜ ପାଇଁ ଆସୁଥିବା ଦେଖିବାକୁ ମିଳିଛି।ମନମୁଣ୍ଡା ଡାକ୍ତର ଖାନା ରେ ଶୌଚାଳୟ ନଥିବା ଯୋଗୁଁ ରୋଗୀ ଙ୍କ ସାଥିରେ ଆସୁଥିବା ରୋଗୀ ଙ୍କ ସମ୍ପର୍କୀୟ ମାନେ ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ର ପଛ ରାସ୍ତାଦେଇ ତେଲ ନଦୀକୁ ଶୌଚ ପାଇଁ ଯାଉଥିବା ବେଳେ ଉକ୍ତ ରାସ୍ତା ଦେଇ ଆଉ ଯାଇ ପାରୁନଥିବା ଯୋଗୁଁ ବହୁତ ହଇରାଣ ହେଉଥିବା ଦେଖିବାକୁ ମିଳୁଛି।

ଏସବୁର ସମସ୍ୟା ବାରମ୍ବାର ସରପଞ୍ଚ ପି ଇ ଓ ଙ୍କୁ ସ୍ଥାନୀୟ ଲୋକେ ଜଣାଇଥିଲେ ମଧ୍ୟ କୌଣଷି ସୁଫଳ ମିଳିନଥିବା ବେଳେ ଯଦି ଏହାର ସମାଧାନ ଶୀଘ୍ର ନହୁଏ ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ କରିବାକୁ ପ୍ରସ୍ତୁତ ହେଉଥିବା ଶୁଣିବାକୁ ମିଳୁଛି।ଅନ୍ୟପଟେ ବାରମ୍ବାର ଚୋରି ଡକାୟତ ବୃଦ୍ଧି ପାଉଥିବା ବେଳେ ଦେଉଳି ଅଞ୍ଚଳରେ ଷ୍ଟ୍ରିଟ ଲାଇଟ୍ ଗୁଡ଼ିକ ଅକାମୀ ହୋଇ ପଡିରହିଥିବା ବେଳେ ତାହା ମଧ୍ୟ ଅଭିଯୋଗ କଲାପରେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି ପଞ୍ଚାୟତର କୌଣଷି ଅଧିକାରୀ।ଏଠାରେ ଦେଖିବାକୁ ବାକି ରହିଲା କେବେ ଲୋକଙ୍କ ଏହି ମୌଳିକ ଅସୁବିଧାର ସୁବିଧା କରୁଛି ପ୍ରଶାସନ ।

Related posts

ନିଆଁରେ ପୋଡ଼ି ମହିଳା ଗୁରୁତର

Odisha Halchal

ଅନଲାଇନ ଗେମ୍ ହେଲା କାଳ

Odisha Halchal

ଦୁଇ ବାଇକ ମୁହାଁମୁହିଁ ଧକ୍କା

Odisha Halchal

Leave a Comment