ଅପରାଧଓଡ଼ିଶା ଖବରନ୍ୟୁଜ୍

ଅବକାରୀ ବିଭାଗ ଦ୍ୱାରା ପାଟଣାଗଡରୁ ପୁଣି ନକଲି ମଦ ଜବତ

ଅବକାରୀ ବିଭାଗ ଦ୍ୱାରା ପାଟଣାଗଡରୁ ପୁଣି ନକଲି ମଦ ଜବତ

ପାଟଣାଗଡ:-(ରିପୋର୍ଟ – ଅବିନାଶ ବିଶ୍ଵାଳ)ଗତ କିଛି ଦିନ ତଳେ ପାଟଣାଗଡ ଏବଂ ଖପ୍ରାଖୋଲ ର ଲାଇସେନ୍ସ ପ୍ରାପ୍ତ ଦୋକାନରେ କାମ କରୁଥିବା କର୍ମଚାରୀଙ୍କ ଘରୁ ବିପୁଳ ପରିମାଣର ନକଲି ମଦ ଅବକାରୀ ବିଭାଗ ଜବତ କରିଥିବା ବେଳେ ଆଜି ପୁଣି ପାଟଣାଗଡ ର ୧ ନଂ ବିଦେଶୀ ମଦ ଦୋକାନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଘରୁ ନକଲି ମଦ ଠାବ କରିଛି ।

ଅବକାରୀ ବିଭାଗର ବଲାଙ୍ଗିର ମୋବାଇଲ ସ୍କ୍ୱାର୍ଡ । ବିଦେଶୀ ମଦ ଦୋକାନର କର୍ମଚାରୀ ଅରୁଣ ସା ଏବଂ ସତୀଶ କୁମାରଙ୍କ ଭଡା ଘରୁ ୨୦ ଲିଟର ନକଲି ବିଦେଶୀ ମଦ ସହ ସେଥିରେ ବ୍ୟବହୃତ ଖାଲି ବୋତଲ, ଷ୍ଟିକର, ଠିପି ପ୍ରଭୃତି ଜବ କରାଯାଇ ଉଭୟଙ୍କୁ କୋର୍ଟ ଫରୱାର୍ଡ କରାଯାଇଛି ।

ବାରମ୍ବାର ପାଟଣାଗଡ ଅଚଂଳରେ ବିଦେଶୀ ମଦ ଜବତ ହେଉଥିବାଳେ ମୁଖ୍ୟ କାର୍ପତଦାର ପାଖରେ ପହଂଚି ପାରୁନି ଅବକାରୀ ବିଭାଗ |ଅନ୍ୟ ପକ୍ଷରେ ଏସବୁ ନକଲି ଜିନିଷ କେଉଁଠୁ ଆସୁଛି ତାହାର ତଦନ୍ତ କରାଯାଇ ମୁଖ୍ୟ ଆସାମୀକୁ ଯଥା ଶୀଘ୍ର ଗରିଫ କରାଯିବ ବୋଲି ତଦନ୍ତକାରୀ ଅଫିସର ପ୍ରମୋଦ ପଣ୍ଡା ସୂଚନା ଦେଇଛନ୍ତି ।

Related posts

OREDAରେ ନିଯୁକ୍ତି ସୁଯୋଗ, ଦରମା ୪୪ ହଜାରରୁ ଅଧିକ

Odisha Halchal

‘ଗଙ୍ଗୁବାଇ କାଠିଆୱାଡୀ’, ଓପନିଙ୍ଗ ୱିକରେ ୪୦ କୋଟି କ୍ଲବ୍‌ରେ ସାମିଲ

Odisha Halchal

ସଙ୍ଗମ ଡିଜିଟାଲ ଷ୍ଟୁଡିଓରେ ଦୁଷ୍କର୍ମ

Odisha Halchal

Leave a Comment