ଓଡ଼ିଶା ଖବରନ୍ୟୁଜ୍

ଅନ୍ତର୍ଜାତୀୟ ୯ମ ଆର୍ଟ ଅଫ ଗିଭିଙ୍ଗ ଡେ

ଅନ୍ତର୍ଜାତୀୟ ୯ମ ଆର୍ଟ ଅଫ ଗିଭିଙ୍ଗ ଡେ

ରାୟଗଡା :-(ରିପୋର୍ଟ -ସୁପ୍ରିୟା ମୋହିନୀ )ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁଲୁଣ୍ଠି ପଂଚାୟତ ସ୍ଥିତ ମହିପଙ୍ଗା ଠାରେ ମଙ୍ଗଳବାର ଦିନ କିସ ପକ୍ଷରୁ ନବମ ଆର୍ଟ ଅଫ ଗିଭିଂଙ୍ଗ ଡେ କିସ ଅନୁଷ୍ଠାନ ର ଜିଲ୍ଲା ସଭାପତି ତଥା ସଂଯୋଜକ ବୁଡୁ କଣ୍ଡାଗରୀ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ରୂପେ ରାମନାଗୁଡା କ ଯୋନ ଜିଲ୍ଲା ପରିଷଦ ସଭ୍ୟ ତାଂଗୁଡୁ ଶ୍ରୀଧର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୁଲୁଣ୍ଠି ସରପଞ୍ଚ ଶ୍ରୀମତୀ ମାଝୀଗୌରୀ କଣ୍ଡାଗରୀ ,ସୁଣ୍ଡିଧାମୁଣି ସରପଞ୍ଚ ଭାସ୍କର କାଡ୍ରାକା ,ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଗୁଣୁପୁର ଉପଖଣ୍ଡ ସଭାପତି କୃପାସିନ୍ଧୁ ମହାପାତ୍ର ପ୍ରମୁଖ ଯୋଗ ଦେଇ ପ୍ରଥମେ ନିଜ ନିଜ ପରିଚୟ ପ୍ରଦାନ କରି ସାରିବା ପରେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା କିସ ରେ ଅଧ୍ୟୟନ ରତ ଏବଂ ସ୍ଥାନୀୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ କିସ ପକ୍ଷରୁ ପୁସ୍ତକ ,ଖାତା ,କଲମ ଆଦି ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା।

ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଭଲ ପାଠ ପଢିବା ସହିତ ଭଲ ଖେଳ ଖେଳିବା ତା ସହିତ ନିଜ କଳା କୁ ପ୍ରତିପାଦନ କରି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରି ନିଜ ପରିଚୟ ନିଜେ ସୃଷ୍ଟି କରିବା ପାଇଁ ଉପସ୍ଥିତ ଥିବା ଅତିଥି ମାନେ ଉପଦେଶ ଦେଇଥିଲେ ସେହିପରି ଗ୍ରାମର ଚତୁଃପାର୍ଶ୍ବରେ ବିଭିନ୍ନ ପ୍ରକାର ର ବୃକ୍ଷ ରୋପଣ କରାଯାଇଥିଲା ,ଏହି କାର୍ଯ୍ୟକ୍ରମ କୁ କିସ ଛାତ୍ର ଛାତ୍ରୀ ଙ୍କ ଅଭିବାବକ ପରିଚାଳନା କରିଥିଲେ।

Related posts

ରାସ୍ତା ମରାମତି ପାଇଁ ଉଠିଲା ପ୍ରଶ୍ନ

Odisha Halchal

ରାଜ୍ୟପାଳ ପୁରସ୍କାର ପାଇଲେ ଜିଲ୍ଲା ଶିକ୍ଷାଧିକାରୀ

Odisha Halchal

ଅଜଣା ଗାଡି ଧକ୍କାରେ ବାଇକ ଆରୋହି ଗୁରୁତର

Odisha Halchal

Leave a Comment