ଅପରାଧଓଡ଼ିଶା ଖବରନ୍ୟୁଜ୍

ଅଟା କିଣିବାକୁ ଦୋକାନରେ ପଶିଲେ, ବୃଦ୍ଧ ଦୋକାନୀଙ୍କୁ ବାନ୍ଧି ଲୁଟି ନେଲେ

ଅଟା କିଣିବାକୁ ଦୋକାନରେ ପଶିଲେ, ବୃଦ୍ଧ ଦୋକାନୀଙ୍କୁ ବାନ୍ଧି ଲୁଟି ନେଲେ

ଅଟା କିଣିବା ବାହାନାରେ ଦୋକାନରେ ପଶିଲେ। ଆଉ ସୁଯୋଗ ଦେଖି ବୃଦ୍ଧ ଦୋକାନୀଙ୍କୁ ତଳେ ପକାଇ ଦୋକାନରୁ ନଗଦ ୭୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ଗହଣା ଲୁଟିନେଲେ। ସମ୍ବଲପୁର ଧନୁପାଲି ଷ୍ଟେସନ ଅଞ୍ଚଳରେ ଗତକାଲି ଏପରି ଏକ ଲୁଟ୍‌ ହୋଇଥିବା ବେଳେ ଲୁଟ୍‌ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ଏହି ଘଟଣାରେ ୫ ଜଣ ମୁଖାଧାରୀ ସାମିଲ ଥିବା ବେଳେ ସେମାନଙ୍କୁ ଖୋଜୁଛି ପୁଲିସ୍‌। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଶ୍ୟାମସୁନ୍ଦର ଡାଲମିୟା ଓ ତାଙ୍କ ପତ୍ନୀ ଦୋକାନରେ ବସିଥିଲେ। ଏତିକି ବେଳେ ଅଟା କିଣିବା ବାହାନାରେ ପ୍ରଥମେ ୨ ଜଣ ଲୋକ ଦୋକାନକୁ ଆସିଥିଲେ । କିଛି ସମୟ ପରେ ଆଉ ୫ ଜଣ ମୁଖାଧାରୀ ଲୋକ ପଶିଥିଲେ।

ସମସ୍ତେ ମିଳିତ ଭାବେ ଶ୍ୟାସୁନ୍ଦରଙ୍କୁ ତଳେ ପକାଇ ବାନ୍ଧି ଦେଇଥିଲେ। ଶ୍ୟାସୁନ୍ଦର ଏହାର ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରି ସେ ପିନ୍ଧିଥିବା ସୁନା ଅଳଙ୍କାର ଓ ଦୋକାନରେ ଥିବା ୭୦ ହଜାର ଟଙ୍କା ଧରି ଫେରାର ହୋଇଯାଇଥିଲେ । ଦୁର୍ବୃତ୍ତମାନେ ସିସିଟିଭି ଫୁଟେଜ ପାଇଁ ହାର୍ଡଡିସ୍କ ନେବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Related posts

ଚଉରା ପୂଜା କରୁଥିଲେ ମହିଳା, ଚେନ୍‌ ଝାମ୍ପି ନେଲା ଲୁଟେରା

Odisha Halchal

ପୁଣି ଶିମିଳିପାଳ ଅଭୟାରଣ୍ୟରେ ଲାଗିଲା ନିଆଁ

Odisha Halchal

ଦେବାଳିଆ ହେବାରୁ ବର୍ତ୍ତିବ ଫ୍ୟୁଚର ଗ୍ରୁପ୍

Odisha Halchal

Leave a Comment