ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

WEO ପରୀକ୍ଷା ରୁ ବଂଚିତ ଉପାନ୍ତ ଜିଲ୍ଲାର ପିଲା, ଗଣମାଧ୍ୟମ କୁ ଠେଲାପେଲା

WEO ପରୀକ୍ଷା ରୁ ବଂଚିତ ଉପାନ୍ତ ଜିଲ୍ଲାର ପିଲା, ଗଣମାଧ୍ୟମ କୁ ଠେଲାପେଲା

ନବରଙ୍ଗପୁର:-ଆଜି ossc ତରଫରୁ ରାଜ୍ୟ ର ବିଭିନ କେନ୍ଦ୍ର ରେ weo ପରୀକ୍ଷା ଅନୁଷ୍ଠିତ ହେଉଛି l ଏହି ପରିପ୍ରେକ୍ଷୀ ରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରୁ 4 କିମି ଦୂର ରେ ଅବସ୍ଥିତ ପଲିଟେକ୍ନିକ କଲେଜ ଠାରେ weo ପରୀକ୍ଷା ପାଇଁ ସେଣ୍ଟର ହୋଇଥିବା ବେଳେ ପରୀକ୍ଷା ଦେବାରୁ ବଂଚିତ ହୋଇଛନ୍ତି ନବରଙ୍ଗପୁର ଭଳି ଉପାନ୍ତ ଅଞ୍ଚଳ ର ପିଲା l ଆଡମିଟ କାର୍ଡ ରେ ସକାଳ 8 ଘଣ୍ଟା ରେ ଏଣ୍ଟ୍ରି ଥିବା ବେଳେ ଗେଟ ବନ୍ଦ ସମୟ ଥିଲା 9 ଏବଂ ପରୀକ୍ଷା ଆରମ୍ଭ ସମୟ ଥିଲା 9.30 l

କିନ୍ତୁ ଅଞ୍ଚଳ ର ଛାତ୍ରଛାତ୍ରୀ ବହୁ ଆସା ନେଇ ଦୀର୍ଘ ଦିନ ରୁ ଅପେକ୍ଷା କରି ରହିଥିବା ପରୀକ୍ଷା ଦେବାରୁ ଆଜି ବଂଚିତ ହୋଇଛନ୍ତି l ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପିଲାମାନେ ଆସିଥିଲେ ମଧ୍ୟ ଆଇ ଡି ପ୍ରୁଫ ଓ ସମୟ ର ଆଳ ଦେଖାଇ ଛାତ୍ର ଛାତ୍ରୀ ଙ୍କୁ ପରୀକ୍ଷା କେନ୍ଦ୍ର କୁ ପଶିବାକୁ ଅନୁମତି ଦେଇ ନଥିଲେ କର୍ତ୍ତୃପକ୍ଷ l ଘଟଣା କୁ ନେଇ କଲେଜ ଅଧକ୍ଷ ଙ୍କୁ ପଚାରିବାରୁ ଗଣମାଧ୍ୟମ କର୍ମଚାରୀ ଙ୍କୁ ଗେଟ ଆଉଟ କହିବା ସହ ପରୀକ୍ଷା ସମ୍ପର୍କ ରେ କୌଣସି ପ୍ରତିକ୍ରିୟା ଦେବା କୁ ରୋକଠୋକ ମନା କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ବାହାରି ଯିବା ପାଇଁ କହିଥିଲେ l ଯାହାକୁ ନେଇ ପରୀକ୍ଷା ରୁ ବଂଚିତ ହୋଇଥିବା ଛାତ୍ରଛାତ୍ରୀ ମାନେ କଲେଜ ପରିସର ମଧ୍ୟରେ ଧାରଣା ଦେବା ସହ ପରୀକ୍ଷା ବାତିଲ ପାଇଁ ଦାବି କରିଥିଲେ l

କଲେଜ ଅଧ୍ୟକ୍ଷ ଙ୍କ ଅମାନବିକ ବ୍ୟବହାର ପାଇଁ ସମସ୍ତ ପିଲା ବର୍ତମାନ ଜିଲ୍ଲାପାଳ ଙ୍କୁ ଭେଟିବା ପାଇଁ ଯାଇଛନ୍ତି l ଦୁଃଖ ର ବିଷୟ ଯେତେବେଳେ ossc ପରୀକ୍ଷା ପାଇଁ ପିଲା ଜିଲ୍ଲା ବାହାରକୁ ଯାଇ ପରୀକ୍ଷା ଦେଇ ଖର୍ଚାନ୍ତ ହେଉଥିଲେ ସେଇ ସମୟରେ ସରକାର ନିଜ ଅଞ୍ଚଳ ରେ ପରୀକ୍ଷା ପାଇଁ ବ୍ୟବସ୍ଥା କରିଥିବା ବେଳେ କଲେଜ କର୍ତ୍ତୃପକ୍ଷ ଙ୍କ ଅମାନବିକ କାର୍ଯ୍ୟକଳାପ ପାଇଁ ପରୀକ୍ଷା ରୁ ବଂଚିତ ହୋଇଛନ୍ତି ଆମ ଜିଲ୍ଲାର ପିଲା l ଯେଉଁଠି ଗଣମାଧ୍ୟମ କୁ ଦୁର୍ବ୍ୟବହାର ହେଉଛି ସେଇ ସ୍ଥାନ ରେ ଜିଲ୍ଲା ପିଲାଙ୍କୁ ପାତର ଅନ୍ତର କରିବା କିଛି ବଡ଼ କଥା ନୁହେଁ l ଯଦି ପିଲାଙ୍କୁ ପରୀକ୍ଷା ପାଇଁ ଅନୁମତି ନ ମିଳେ ତାହେଲେ ଆଗାମୀ ଦିନ ରେ ଏହା ଏକ ତୀବ୍ର ଆନ୍ଦୋଳନ ର ରୂପ ନିଶ୍ଚୟ ଭାବେ ନେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହି l

Related posts

ସ୍ୱାମୀଙ୍କୁ ନିଜ ଜୀବନରୁ ଆଉଟ୍‌ କଲେ ରାଖୀ, ହଟାଇଲେ ଟାଟୁ

Odisha Halchal

ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ସ୍ପଷ୍ଟ ଜଣାପଡ଼ିବ

Odisha Halchal

ଜୁନ୍ ୨୭ରୁ PGପାଇଁ ଆବେଦନ

Odisha Halchal

Leave a Comment