ଅପରାଧଦେଶ ବିଦେଶନ୍ୟୁଜ୍

ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିବା ପଡିଲା ମହଙ୍ଗା

ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିବା ପଡିଲା ମହଙ୍ଗା

ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିଥିବା ପ୍ରବେଶ ଶୁକ୍ଲାର ଘର ଉପରେ ଚଢ଼ିଲା ବୁଲଡୋଜର। ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ରହୁଥିବା ପ୍ରବେଶ ଶୁକ୍ଲା ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରିଥିବାର ଭିଡିଓ ସାମ୍ନାକୁ ଆସିଥିଲା। ଏନେଇ କ୍ଷମତାରେ ଥିବା ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଥିବା ବେଳେ ଆଜି ସରକାର ବୁଲଡୋଜର ଆକ୍ସନ ଆରମ୍ଭ କରିଛନ୍ତି।

ବୁଧବାର ପ୍ରବେଶକୁ ଗିରଫ କରାଯାଇଥିବା ବେ‌ଳେ ଏବେ ତା’ ଘର ଉପରେ ବୁଲୁଛି ବୁଲଡୋଜର। ଏହାପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ରାଜନୀତି ଆରମ୍ଭ ହୋଇଥିଲା। ବିରୋଧୀଙ୍କ ସମାଲୋଚନା ଦେଖି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜେ ପ୍ରବେଶ ଉପରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଲାଗୁ କରିବାକୁ ଘୋଷଣା କରିଥିଲେ। ଉଲ୍ଲେଖଯୋଗ୍ୟ, ଘଟଣାଟି ଘଟିଥିଲା ସିଦ୍ଧି ଜିଲ୍ଲାରେ। ନିଶାଗ୍ରସ୍ତ ଥିବା ବିଜେପି ନେତା ସିଡ଼ିରେ ବସିଥିବା ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିଲେ।

ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିବା ଯୁବକ ଜଣକ ବିଜେପି ବିଧାୟକ କେଦାର ଶୁକ୍ଲାଙ୍କ ପ୍ରତିନିଧୀ ପ୍ରବେଶ ଶୁକ୍ଲା ବୋଲି ଜଣାପଡ଼ିଥିଲା। ଏହା ସହ ପ୍ରବେଶ ଯାହା ଉପରେ ପରିସ୍ରା କରିଥିଲେ ସେ ଆଦିବାସୀ ବ୍ୟକ୍ତିଜଣକ ଥିଲେ ପାଲେ କୋଲ। ସେ ସିଦ୍ଧି ଜିଲ୍ଲାର କରୋନ୍ଦି ଗାଁର ବାସିନ୍ଦା। ତେବେ ଏହି ଘଟଣାକୁ ନେଇ ବିବାଦ ବଢ଼ିବା ପରେ ବିଜେପି ବିଧାୟକ କେଦାର ଶୁକ୍ଲା କହିଥିଲେ ଯେ ପ୍ରବେଶ ତାଙ୍କର ପ୍ରତିନିଧୀ ନୁହଁନ୍ତି

Related posts

ଫାଣ୍ଡି ଅଧିକାରୀ ଗଞ୍ଜେଇ ଚାଲାଣ କାରୀ ଙ୍କୁ ଛାଡ଼ିବା ହେଲା ମହଙ୍ଗା

Odisha Halchal

ବଜେଟ @୨୦୨୨: ୧୬ ଲକ୍ଷ ଯୁବକଙ୍କୁ ଚାକିରୀ, ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍, ତିଆରି ହେବ ୨୫ ହଜାର କିମିର ରାଜପଥ

Odisha Halchal

ଛିଣ୍ଡି ପଡ଼ିଥିବା ଝୁଲାପୋଲ ପାଖରେ ମୋଦି

Odisha Halchal

Leave a Comment