ମାଲକାନଗିରି:-(ରିପୋର୍ଟ:-କ୍ରିଷ୍ଣପଦ ରାୟ)ମୋଟୁ ବନାଞ୍ଚଳ ଅନ୍ତର୍ଗତ ପୋଟେରୂ କେନାଲ ରାସ୍ତାରୁ ଗୋଟିଏ କଲରା ପତରିଆ ବାଘ ଛାଲ ଜବତ କରିଛି ବନ ବିଭାଗ ।
ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରୁ ବାଘ ଛାଲ ଜବତ । ଜବତ ବାଘ ଛାଲଟିର ଲମ୍ବ ଏକ ମିଟରରୁ ଉର୍ଦ୍ଧ୍ବ ହୋଇଥିବା ଜଣାପଡିଛି ।
ମାଲକାନଗିରି ଜିଲ୍ଲା ମାନ୍ୟମକୋଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଙ୍ଗିପାଲି ଗ୍ରାମର ପେଣ୍ଟା ମାଡକାମି, ମୁକେଶ ମାଡକାମି ଓ ଦୁଲା ମାଡକାମି ତିନି ବ୍ୟକ୍ତି ଗୋଟିଏ ମୋଟର ସାଇକେଲ ରେ ଏହି ବାଘ ଛାଲଟିକୁ ନେଇ ଆନ୍ଧ୍ର ପ୍ରଦେଶ ବିକ୍ରି କରିବାକୁ ଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଏହାକୁ ଜବତ କରିଛି । ଗିରଫ ତିନି ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ଡିଏଫଓ ମାଲକାନଗିରି ।