ଓଡ଼ିଶା ଖବରନ୍ୟୁଜ୍

ଧୋବେନ ପଡା ମା ଘାଟି ମୁଣ୍ଡିଆଣି ଙ୍କ ବାର୍ଷିକ ମାଘ ଯାତ୍ରା

ଧୋବେନ ପଡା ମା ଘାଟି ମୁଣ୍ଡିଆଣି ଙ୍କ ବାର୍ଷିକ ମାଘ ଯାତ୍ରା

କୋକସରା:-(ନି:ପ୍ର ଓଡିଶା ହାଲଚାଲ) ମହିମା ପଞ୍ଚାୟତ ଧୋବେନ ପଡା ଠାରେ ଗ୍ରାମର ଆରାଧ୍ୟ ଦେବୀ ମା ଘାଟି ମୁଣ୍ଡିଆଣି ଙ୍କ ବାର୍ଷିକ ମାଘ ଯାତ୍ରା ଶୁକ୍ଳ ପକ୍ଷ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସାହାଜଖୋଲ ଜଙ୍ଗଲ ପାଦଦେଶରେ ରହିଛି ଆଦିବାସୀ ବହୁଳ ଗ୍ରାମ ଧୋବେନ ପଡା ବହୁ ବର୍ଷ ପୂର୍ବରୁ ଏହି ଅଞ୍ଚଳ ଘୋର ଜଙ୍ଗଲ ମଧ୍ୟରେ ଅବସ୍ଥିତ ଥିଲା। ଜଙ୍ଗଲ ଜାତ ଦ୍ରବ୍ଯ ଉପରେ ନିର୍ଭର କରି ଏହି ଅଞ୍ଚଳ ର ଆଦିବାସୀ ଜନଜାତି ମାନେ ଗୁଜୁରାଣ ମେଣ୍ଟାଉଥିଲେ।

ଜଙ୍ଗଲ କୁ ଯିବା ପୁର୍ବରୁ ଖଲିଗଡ଼ ଜଙ୍ଗଲ ମୁଣ୍ଡ ରେ ଘାଟି ଆରମ୍ଭ ରେ ଦେବୀ ଘାଟି ମୁଣ୍ଡିଆଣି ଙ୍କ ମନ୍ଦିର ରେ ମା ଙ୍କୁ ସୁମରଣା କରି ସୁରକ୍ଷିତ ଫେରିବା ପାଇଁ ବିନତି କରି ଜଙ୍ଗଲ କୁ ଯାଉଥିଲେ । ମା ଙ୍କ ଆଶ୍ରିବାଦ ରୁ ସମସ୍ତେ ଜଙ୍ଗଲ ର ହିଂସ୍ରଜନ୍ତୁଙ୍କ କବଲ ରୁ ସୁରକ୍ଷିତ ଫେରୁଥିଲେ। ମା ଘାଟି ମୁଣ୍ଡିଆଣି ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହି ଗ୍ରାମର ଜନସାଧାରଣ ମାନେ ପ୍ରତି ବର୍ଷ ମାଘମାସ ଶୁକ୍ଳ ପକ୍ଷ ରେ ମା ଙ୍କ ମନ୍ଦିର ନିକଟରେ ମାଘ ଯାତ୍ରା ବା ମଣ୍ଡେଇ ଯାତ୍ରା ପାଳନ କରି ଆସୁଛନ୍ତି।ଆଜି ପୂର୍ବ ନିର୍ଦ୍ଧାରିତ ରୀତିନୀତି ଅନୁସାରେ ଗ୍ରାମ ର ପୁଝାରି ଗିରିଧର ପୁଝାରି ମା ଙ୍କ ମନ୍ଦିର ରେ ପୂଜାର୍ଚ୍ଚନା କରିବା ପରେ ନିମନ୍ତ୍ରଣ ରକ୍ଷା କରି ଆଖପାଖ ଗ୍ରାମର ମା ଠାକୁରାଣୀ, ମା ବାରଡେନି,ମା ଦନ୍ତେଶ୍ୱରୀ, ମା ଭଣ୍ଡାର ମାଉଳି ଦେବାଦେବୀ ଙ୍କ ଲାଠିକୁର୍ସି ଆସି ଏକତ୍ରିତ ହୋଇଥିଲେ।।ପରେ ଲାଠିକୁର୍ସି ସହିତ ଦେବୀ ଙ୍କ କାଲିସି ମାନେ ଗ୍ରାମ ପରିକ୍ରମା କରି ଭକ୍ତ ଙ୍କୁ ଦର୍ଶନ ଦେଇଥିଲେ।

ଏହି ସମୟରେ ଦେବାଦେବୀ ଙ୍କୁ ମାନସିକ କରି ଶୁକ୍ଳ ଭୋଗ ଅର୍ପଣ କରିଥିଲେ। ପରେ ସନ୍ଧ୍ୟାରେ ଦେବାଦେବୀ ଙ୍କ ଲାଠିକୁର୍ସି ଘାଟି ମୁଣ୍ଡିଆଣି ଦେବୀ ଙ୍କ ମନ୍ଦିର ପରିସରରେ ପହଞ୍ଚିବା ପରେ କାଲିସି ମାନେ ଲୁହା କଣ୍ଟା ଦୋଳି ରେ ଝୁଲିବା ଦୃଶ୍ୟକୁ ଦେଖିବା ପାଇଁ ଅନେକ ଭିଡ଼ ପରିଲକ୍ଷିତ ହୋଇଥିଲା।ଏହି ମଣ୍ଡେଇ ଯାତ୍ରା ଅଵସର ରେ ଖଲିଗଡ଼, ଘଣ୍ଟିଗୁଡା, ପୋଡାଖୋଲ, ଡୁଡୁକାଠେଙ୍ଗା ଗ୍ରାମ ରୁ ଶତାଧିକ ଜନସାଧାରଣ ମଣ୍ଡେଇ ଯାତ୍ରା ରେ ସାମିଲ ହୁଅନ୍ତି ଏହି ମାଘ ମଣ୍ଡେଇ ଯାତ୍ରା ଅଵସର ରେ ହାଟ ମଧ୍ୟ ବସିଥାଏ।

ମଣ୍ଡେଇ ଯାତ୍ରା କୁ ଧୋବେନ ପଡା ଗ୍ରାମର ପୂଜା କମିଟି ର ସଭାପତି ମଧୁବନ ପାତ୍ର, ସମ୍ପାଦକ ଭୀଷ୍ମ ଧ. ମାଝୀ, ଗାଁ ଗୌନ୍ତିଆ ହିମାଞ୍ଚଳ ପାତ୍ର, ଦେବୀ ଙ୍କ ଶିରା ଶ୍ରୀଧର ପୁଝାରି, ବଳ ମୁଲକିଆ, ରତନ ସାଏନି,ବଳ ସାଏନି,ନନ୍ଦ ଧ. ମାଝୀ,ହରିହର ବାଗ, ଖଗପତି ବନ୍ଦିଛୋଡ,ନରିଆ ଚନ୍ଦଶେଖର ବାଗ, ରଘୁ ଦିଆରି,ଗଣ୍ଡା ଲଛମନ ବାଗ,ଶିକ୍ଷକ ମାଲଗୁଣିଅ ନାଗ,ୱାର୍ଡ଼ ସଭ୍ୟ ସଞ୍ଜୀବ ମୁଲକିଆ ପ୍ରମୁଖ ଉପସ୍ଥିତ ରହି ମାଘମାସ ମଣ୍ଡେଇ ଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ।

Related posts

ଅଟୋ ମଧ୍ୟରେ ଯୁବକ ଙ୍କ ଶବ ଉଦ୍ଧାର

Odisha Halchal

ଯୁବତୀଙ୍କ ଘର ଆଗରୁ ଯୁବକଙ୍କ ମୃତଦେହ ଉଦ୍ଧାର

Odisha Halchal

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅସାନି’, ପୁରୀଠୁ ୧୦୩୦ କିମି ଦୂରରେ

Odisha Halchal

Leave a Comment