ଦେଶ ବିଦେଶନ୍ୟୁଜ୍

କିଭ୍‌ରେ ରୁଷିଆ ସେନାର ଗୁଳିବର୍ଷା

କିଭ୍‌ରେ ରୁଷିଆ ସେନାର ଗୁଳିବର୍ଷା

ରୁଷିଆ-ୟୁକ୍ରେନ୍ ଯୁଦ୍ଧ ବଢ଼ି ବଢ଼ି ଚାଲିଛି । ୩ ଥରର ଆଲୋଚନା ବିଫଳ ହୋଇସାରିଛି । ବିଦେଶ କୁଟନୀତି କାମ କରୁ ନାହିଁ । ଶାନ୍ତି ପାଇଁ ସମଗ୍ର ବିଶ୍ୱ ଉଦ୍ୟମ କରୁଥିଲା ବେଳେ ଆଜି ୟୁକ୍ରେନ୍‌ର ରାଜଧାନୀ କିଭ୍ ଉପରେ ରୁଷିଆର ସେନା ବଡ଼ଧରଣର ଆକ୍ରମଣ କରିଛନ୍ତି । ଗୁଳିବର୍ଷା କାରଣରୁ ଜଣେ ଶିଶୁ ଓ ୬ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ।

ଯୁଦ୍ଧ ଆଜି (ରବିବାର) ୧୮ ଦିନରେ ପହଞ୍ଚିଛି । ୟୁକ୍ରେନ୍‌ର ଦାବି ଯେ, ଖାରସେନରେ ରୁଷିଆର ୨ଟି ହେଲିକପ୍ଟର ଉପରେ ଆକ୍ରମଣ କରିଛି । ଜବାବରେ ରୁଷିଆର ସୈନିକମାନେ କିଭ ଓବ୍ଲାଷ୍ଟରେ ଲଗାତାର ବୋମାମାଡ଼ କରିଛନ୍ତି । ସେହିପରି କିଭର ଗ୍ରୀନ କରିଡର ଉପରେ ରୁଷୀୟ ସୈନିକ ଆକ୍ରମଣ କରିଛନ୍ତି । ଆକ୍ରମଣ ସମୟରେ ମହିଳା ଓ ଶିଶୁମାନଙ୍କୁ ଉଦ୍ଧାର କରାଯାଉଥିଲା ।

ଉଭୟ ଦେଶ ଶାନ୍ତି ପାଇଁ ପୁଣି ଥରେ କଥାବାର୍ତ୍ତା କରିବାକୁ ଉଦ୍ୟମ କରିଛନ୍ତି । ରୁଷିଆ କ୍ରମାଗତ ଭାବେ ୟୁକ୍ରେନ୍ ଉପରେ ଆକ୍ରମଣ କରି ପ୍ରବଳ କ୍ଷତି କରିଛି । ୟୁକ୍ରେନ୍ ମଧ୍ୟ ରୁଷିଆର ବହୁତ କ୍ଷତି କରିଥିବା ଦାବି କରୁଛି । ଏହାରି ମଧ୍ୟରେ ୟୁକ୍ରେନ୍‌ର ରାଷ୍ଟ୍ରପତି ଭଲୋହିମୀର ଜେଲେନ୍‌ସ୍କି ଜେରୁସେଲମରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମୀର ପୁତିନଙ୍କୁ ଭେଟିବାକୁ ପ୍ରସ୍ତାବ ରଖିଛନ୍ତି । ଜେଲେନ୍‌ସ୍କି କହିଛନ୍ତି ଯେ, ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟଙ୍କୁ ମଧ୍ୟସ୍ଥି ଭାବେ କାର୍ଯ୍ୟ କରିବାକୁ ଅପିଲ କରିଛନ୍ତି ।

Related posts

ନିଶାଖୋର ପ୍ରଧାନ ଶିକ୍ଷକଙ୍କ କାର୍ନାମା

Odisha Halchal

ବନଭାରତୀ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର ଏବଂ ବାଇକ ଆମ୍ବୁଲାନ୍ସ ସେବା

Odisha Halchal

ମେ’ ଶେଷରେ ଆସିବ ମୌସୁମୀ

Odisha Halchal

Leave a Comment