ଓଡ଼ିଶା ଖବରନ୍ୟୁଜ୍ବ୍ୟବସାୟ

ଜାଲରେ ପଡିଲା ଇଲିଶି, କୋଟିପତି ହେଲେ ମତ୍ସ୍ୟଜୀବୀ

ଜାଲରେ ପଡିଲା ଇଲିଶି, କୋଟିପତି ହେଲେ ମତ୍ସ୍ୟଜୀବୀ

ଜାଲରେ ପଡିଲା ଇଲିଶି । କୋଟିପତି ହେଲେ ମତ୍ସଜୀବୀ । ବର୍ଷା ଦିନେ ଇଲିଶି ମାଛ ଖାଇବାକୁ ଲୋକେ ଅନେଇ ବସିଥିଲେ । ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ସମ୍ଭବ ହେଲାନି । ହେଲେ ଶୁକ୍ରବାର ଅଦିନରେ ପାରାଦୀପରୁ ମତ୍ସ୍ୟଜୀବୀମାନେ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଇଲିଶି ଧରିଛନ୍ତି ।

ଖବର ଅନୁଯାୟୀ, , ଶୁକ୍ରବାର ରାତିରେ ବାଲିପ୍ଲଟ୍‌ ମାଛ ମାର୍କେଟ୍‌ରେ କିଛି ଏପିର ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୋଟିଏ ଡଙ୍ଗା ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଗଭୀର ସମୁଦ୍ରରେ ଜାଲରେ ଇଲିଶି ଲାଗିଥିଲେ । ଏତେ ପରିମାଣରେ ଇଲିଶି ଏଭଳି ଅସମୟରେ ଦେଖିବା ମତ୍ସ୍ୟଜୀବୀଙ୍କ ପାଇଁ ପ୍ରଥମ ଥର ଥିଲା । ଜାଲକୁ ମାଛମାନେ ଛିଣ୍ଡାଇଦେବା ଭଳି ସ୍ଥିତି ଜଣାପଡ଼ିବା ପରେ ଉକ୍ତ ମତ୍ସ୍ୟଜୀବୀ ଅନ୍ୟ କିଛି ଡଙ୍ଗାକୁ ପାଖକୁ ଡାକିଥିଲେ । ପ୍ରାୟତଃ ସବୁ ଡଙ୍ଗାରେ ବିପୁଳ ପରିମାଣରେ ଇଲିଶି ଲାଗିଥିଲା ।

ତେବେ ରାତି ତମାମ୍‌ ଇଲିଶି ବୁହା ହୋଇ ବାଲିପ୍ଲଟ୍‌କୁ ଆସିଥିଲା । ମାଛଗୁଡ଼ିକ ୧ କିଲୋରୁ ଆରମ୍ଭ କରି ୩ କିଲୋ ପର୍ଯ୍ୟନ୍ତ ଓଜନ ଥିବା ଜଣାପଡ଼ିଛି । ଏହାର ଦର କିଲୋ ପ୍ରତି ୨ ହଜାରୁ ୪ ହଜାର ଟଙ୍କା ରହିଛି । ଓଡ଼ିଶା ମାର୍କେଟରେ ସେଭଳି ଅଧିକ ଖରିଦଦାର ନଥିବାରୁ ବିକିବା ସମ୍ଭବ ନୁହେଁ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି । ମତ୍ସ୍ୟଜୀବୀଙ୍କ କହିବା ମୁତାବକ ପ୍ରାୟ ୩୦ରୁ ୩୨ ଟନ୍‌ ଇଲିଶି ଧରାହୋଇଛନ୍ତି । ଏହି ଇଲିଶିଗୁଡ଼ିକୁ ଓଡ଼ିଶା ବଜାରରେ ବିକ୍ରି କରିବା ସମ୍ଭବପର ହେଉ ନଥିବାରୁ ପଡ଼ୋଶୀ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରକୁ ଏଗୁଡ଼ିକ ଚାଲାଣ ହେବ । ଫଳରେ ଅଧିକ ଲାଭ ମିଳିବ ।

Related posts

ଗ୍ରାମାଞ୍ଚଳ କୁ କାହିଁକ ଡାକ୍ତର ମାନଙ୍କ ଘୃଣା ଭାବ

Odisha Halchal

ତହସିଲଦାର ହେଲେ ହଟହଟା

Odisha Halchal

ଆବାସ ଯୋଜନାରେ ଚଞ୍ଚକତା ଓ ଅନିୟମିତତା ପ୍ରତିବାଦରେ କଣ୍ଟାମାଳ ବିଜେପି

Odisha Halchal

Leave a Comment