ଅପରାଧଓଡ଼ିଶା ଖବରନ୍ୟୁଜ୍

୧୦ ଦିନରେ ୪.୫ କୋଟିର ନିଶା ସାମଗ୍ରୀ ଜବତ୍‌

୧୦ ଦିନରେ ୪.୫ କୋଟିର ନିଶା ସାମଗ୍ରୀ ଜବତ୍‌

ପୌର ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ ଅବକାରୀ ବିଭାଗ । ଖୋଜି ଖୋଜି ଚଢାଉ କରୁଛି ଅବକାରୀ ବିଭାଗ। ବିଶେଷ ଭାବରେ ଏବେ ନିର୍ବାଚନୀ ପ୍ରଚାର ସମୟରେ ଭୋଜି ଭାତ ଓ ମଦର ଆସର ଜମୁଥିବାର ଦେଖିବାକୁ ମିଳୁଛି ଯାହାକୁ ନେଇ ଚୋରା ମଦ ବେପାରୀଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ପ୍ରତିଦିନ ଚଢାଉ ଜାରି ରଖିଛି।

ସୂଚନା ଅନୂଯାଇ ଗତ ୧୦ ଦିନ ମଧ୍ୟରେ ଅବକାରୀ ବିଭାଗ ଦ୍ୱାରା ଚଢାଉ କରାଯାଇ ପ୍ରାୟ ୪.୫ କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ୍ କରାଯାଇଛି। ଅବକାରୀ କମିଶନର ଆଶିଷ ସିଂହଙ୍କ ନିର୍ଦ୍ଦେଶକ୍ରମେ ୧୦୬୫ଟି ମାମଲାରେ ୩୫ ହଜାର ଲିଟର ଦେଶୀ ମଦ, ବିପୁଳ ପରିମାଣରେ ପୋଚ, ୧୦ ହଜାର ଲିଟର ବିଦେଶୀ ମଦ, ୧୬୦ଲିଟର ନକଲି ବିଅର ଆଦି ଜବତ କରାଯାଇଛି।

ଏପଟେ୧୧୬୪କେଜି ଗଂଜେଇ, ୩୧୨ ଗ୍ରାମ୍ ଧଳାଜହର, ୬୩୦ ଲିଟର ବିୟର, ୨୯୧ଲିଟର ବିଦେଶୀ ମଦ, ୧୩୬ଲିଟର ଜିଞ୍ଜର, ୫୭୭ ଲିଟର ଭାଟି ମଦ ଜବତ କରାଯାଇଛି । ଏହି ମାମଲାରେ ୮୯୦ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

Related posts

ଚୋରି ଅଭିଯୋଗରେ ଓଡିଆ ଯୁବକଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ

Odisha Halchal

ଟଙ୍କା ଚୋର ନିରବ ମୋଦି କୁ ଆଣିବ ଭାରତ

Odisha Halchal

ଜାଲରେ ପଡିଲା ଇଲିଶି, କୋଟିପତି ହେଲେ ମତ୍ସ୍ୟଜୀବୀ

Odisha Halchal

Leave a Comment