ଦେଶ ବିଦେଶନ୍ୟୁଜ୍

ବିଦେଶୀ ମାନଙ୍କୁ ସହର ଛାଡିବାକୁ ପାଞ୍ଚ ଘଣ୍ଟା ଯୁଦ୍ଧ ବିରାମ ଘୋଷଣା କଲା ଋଷ

ବିଦେଶୀ ମାନଙ୍କୁ ସହର ଛାଡିବାକୁ ପାଞ୍ଚ ଘଣ୍ଟା ଯୁଦ୍ଧ ବିରାମ ଘୋଷଣା କଲା ଋଷ

ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୦ ଦିନରେ ପହଁଞ୍ଚିଛି। ଋଷ ପକ୍ଷରୁ ୟୁକ୍ରେନ୍‌ର ମାରିଆପୋଲ୍ ସହରରେ ଆଂଶିକ ଅସ୍ତ୍ରବିରତି କରିଛି । ଆଜି ସାଧାରଣ ନାଗରିକଙ୍କୁ ପାଞ୍ଚ ଘଣ୍ଟା ମଧ୍ୟରେ ସହର ଛାଡିବାକୁ ଅନୁମତି ଦେବ। ସାଧାରଣ ନାଗରିକଙ୍କୁ ମସ୍କୋ ସମୟ ମଧ୍ୟାହ୍ନ ୫ ଟା ମଧ୍ୟରେ ମାରିଅପୋଲ ଛାଡିବାକୁ ଅନୁମତି ଦିଆଯିବ।

ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନ୍‌ର ମାରିଆପୋଲ ଏବଂ ଭଲନୋଭାଖା ସହରରୁ ମାନବିକ କରିଡରକୁ ଅନୁମତି ଦେବା ପାଇଁ ଋଷ ସୈନ୍ୟ ସାମୟିକ ଭାବରେ ଯୁଦ୍ଧ ବିରାମ କରିବେ । ତେବେ ମାରିଅପୋଲର ଡେପୁଟି ମେୟର ସର୍ଗି ଅର୍ଲୋଭ କହିଛନ୍ତି ଯେ ସହର ଛାଡିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଗୁଳି ଚଳାଇ ଦିଆଯାଉଛି।

ସେ କହିଥିଲେ ଯେ ପୂର୍ବରୁ ଆମର ପୁରୁଷମାନେ କହିଥିଲେ ଯେ କିଛି ସମୟ ପାଇଁ ଗୁଳି ବନ୍ଦ ହୋଇଯିବ। କିନ୍ତୁ ଏହା ଜାରି ରହିଛି ଏବଂ ସେମାନେ ମାରିଅପୋଲରେ ବୋମା ଏବଂ ରକେଟ୍ ଫିଙ୍ଗୁଛନ୍ତି । ସହରରେ ଗୁଳି ବିନିମୟ ହୋଇ ଜାପୋରିଜିଆ ଅଭିମୁଖେ ଯୁଦ୍ଧ କରୁଥିବାରୁ ସେଠାରୁ ବାହାରିବା ଅସମ୍ଭବ ହେଉଛି।

Related posts

ମହିଳାଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ଅଭିଯୋଗ

Odisha Halchal

ଦିନିକିଆ ଗସ୍ତରେ ଓଡ଼ିଶା ସରକାରଙ୍କ ଫୁଡ୍ କମିସନର

Odisha Halchal

ବେହେରା ଷ୍ଟାଡିୟମରେ ଅନୁଷ୍ଠିତ ମାଆ ବସ୍ତ୍ରାୟନୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

Odisha Halchal

Leave a Comment