ଅପରାଧଦେଶ ବିଦେଶନ୍ୟୁଜ୍

ପ୍ରେମିକକୁ ଲୁଟି ଉଲଗ୍ନ କରି ଛାଡ଼ିଦେଲା ପ୍ରେମିକା

ପ୍ରେମିକକୁ ଲୁଟି ଉଲଗ୍ନ କରି ଛାଡ଼ିଦେଲା ପ୍ରେମିକା

ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ନିର୍ଯାତନା ଦେବା ସହିତ ତାଙ୍କଠାରୁ ଟଙ୍କା ଲୁଟ କରି ଜାତୀୟ ରାଜପଥରେ ଏକୁଟିଆ ଛାଡ଼ି ଦେଇଥିଲେ। ଏହି ମହିଳାଙ୍କ ନାମ ହେଉଛି ଭାବିକ‌ା, ବୟସ ୩୦ବର୍ଷ ବୋଲି ଜଣାପଡ଼ିଛି। ଭାବିକା ତାଙ୍କର କିଛି ବନ୍ଧୁଙ୍କ ସହ ମିଶି ପ୍ରେମିକ ବାଲାଜୀ ଶିବଭଗତଙ୍କ ପାଖରେ ଥିବା ଟଙ୍କା ଓ ସୁନା ଲୁଟ କରିଥିଲେ। ସ୍ବାର୍ଥ ପୂରଣ ହୋଇଗଲା ପରେ ପ୍ରେମିକାମାନଙ୍କ ସହିତ ପ୍ରେମିକମାନେ ପ୍ରତାରଣା କରିଥିବାର ଅନେକ ଘଟଣା ଘଟିଛି।

ଏଥିସହିତ ଅନେକ କ୍ଷେତ୍ରରେ ପ୍ରେମିକାମାନେ ପ୍ରେମିକଙ୍କ ଦ୍ବାରା ନିର୍ଯାତନାର ଶିକାର ବି ହୋଇଛନ୍ତି। କିନ୍ତୁ ପ୍ରେମିକ କିଛି ଅଶ୍ଳୀଳ ଫଟୋକୁ ଆଧାର କରି ପ୍ରେମିକାଙ୍କୁ ଧମକ ଦେଇଥାଆନ୍ତି, ‌ଯେଉଁ କାରଣରୁ ‌ସେମାନେ ଭୟରେ ସବୁ ସହି ଯାଇଥାଆନ୍ତି କିନ୍ତୁ ପାଟି ଖୋଲି ନ ଥାଆନ୍ତି।କିନ୍ତୁ ଏଠି ଓଲଟା ଜଣେ ମହିଳା ତାଙ୍କ ପ୍ରେମିକଙ୍କୁ ନିର୍ଯାତନା ଦେବା ସହିତ ତାଙ୍କଠାରୁ ଟଙ୍କା ଲୁଟ କରି ଜାତୀୟ ରାଜପଥରେ ଏକୁଟିଆ ଛାଡ଼ି ଦେଇଥିଲେ।  କେବଳ ଏତିକି ନୁହେଁ, ବାଲାଜୀଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏତିକିରେ ତାଙ୍କ ମନ ବୁଝିଲା ନାହିଁ ଯେ ଭାବିକା ବାଲାଜୀଙ୍କୁ ଉଲଗ୍ନ କରି ଜାତୀୟ ରାଜପଥରେ ଛାଡ଼ି ଦେଇଥିଲେ।

ବହୁତ କଷ୍ଟରେ ପୀଡିତ ଥାନାରେ ପହଞ୍ଚି ପ୍ରେମିକା ଭାବିକାଙ୍କ ନାମରେ ମାମଲା ରୁଜୁ କରିଥିଲେ। ଏଥିସହିତ ସେ କହିଛନ୍ତି, ‘ମୁଁ ଭାବିକା ପାଇଁ ସୁନାର ଚୁଡ଼ି ସମେତ ଛୋଟବଡ଼ ବହୁତ ଉପହାର ନେଇ ଯାଇଥିଲି। କିନ୍ତୁ ସେ ତାଙ୍କର କିଛି ସାଙ୍ଗଙ୍କ ସହିତ ମିଶି ମୋତେ ମାଡ଼ ମାରିବା ସହିତ ମୋ ପାଖରେ ଯାହାଥିଲା ସବୁ ଲୁଟି ନେଇଥିଲେ। ଏଥିସହିତ ମୋତେ ବିବସ୍ତ୍ର କରି ଭିଡିଓ କରିଥିଲେ, ଆଉ ସେହି ଅବସ୍ଥାରେ ମୋତେ ରାସ୍ତାରେ ଛାଡ଼ି ଚାଲି ଯାଇଥିଲେ। ମୁଁ ଏସବୁ ନକରିବାକୁ ତାଙ୍କୁ ବହୁତ ଅନୁରୋଧ କରିଥିଲି। ‌କିନ୍ତୁ ସେ କିଛି ଶୁଣି ନଥିଲେ ।

Related posts

ଦୁଇ ମହାଠକଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି

Odisha Halchal

ତିନି ବର୍ଷର ଶିଶୁ ପୁଅର ମୁଣ୍ଡ କାଟି ହତ୍ୟା କଲା ମା

Odisha Halchal

ବଲାଙ୍ଗୀରରେ ଅଭାବନୀୟ ଘଟଣା, ଘର ଭିତରେ ଶାଶୁ ବୋହୂଙ୍କ ଗଳାକାଟି ବୀଭତ୍ସ ହତ୍ୟା

Odisha Halchal

Leave a Comment