ଓଡ଼ିଶା ଖବରନ୍ୟୁଜ୍

ଦିବ୍ୟାଙ୍ଗ ସହାୟତାରେ ଗଞ୍ଜେଇ ଚୋରା ଚାଲାଣ

ଦିବ୍ୟାଙ୍ଗ ସହାୟତାରେ ଗଞ୍ଜେଇ ଚୋରା ଚାଲାଣ

ମୁନିଗୁଡ଼ା :(ଓଡିଶା ହାଲଚାଲ):- ରାୟଗଡା ଜିଲ୍ଲା ମୁନିଗୁଡା ରୁ ମହାରାଷ୍ଟ୍ର କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମୁନିଗୁଡ଼ା ପୋଲିସ ଦ୍ୱାରା ବଡ ସଫଳତା ୨୧କେଜି ଗଞ୍ଜେଇ ସହ ୨ଜଣ ମହିଳା ଚାଲାଣ କାରି ଗିରଫ ହୋଇଛନ୍ତି। ୨ଟି ବ୍ୟାଗରେ ଗଞ୍ଜେଇ ନେଇ ଟ୍ରେନରେ ମହାରାଷ୍ଟ୍ରକୁ ନେବାକୁ ଉଦ୍ୟମ କରୁଥିବା ସମୟରେ ବିଶେଷ ସୁତ୍ରରୁ ପୋଲିସ୍ ଖବରପାଇ ଏସ ଡିପିଓ ଆକାଶ ଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶକ୍ରମେ ମୁନିଗୁଡ଼ା ପୋଲିସ ର ଏକ ଟିମ ମୁନିଗୁଡା ରେଳବାଇ ଅଟୋ ଷ୍ଟାଣ୍ଡ ନିକଟରୁ ୨ଟି ବ୍ୟାଗରୁ ୨୧ କେଜି ଗଞ୍ଜେଇ ଜବତ କରିଛି

ଜବତ ଗଞ୍ଜେଇର ଅନୁମାନିକ ମୁଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଗିରଫ ହୋଇଥିବା ମହିଳା ମାନେ ହେଲେ ମହାରାଷ୍ଟ୍ର ର ପୁନା ଅଞ୍ଚଳର ରୋହିଣୀ ଲକ୍ଷ୍ମଣ କାଲି (୩୧) ଓ ମହାରାଷ୍ଟ୍ର ଅହମଦାନଗର ଜିଲ୍ଲା ଜମେଖେଣ୍ଡ ଗାଁ ର କୈଶଲ୍ୟା ଚନ୍ଦ୍ରକାନ୍ତ ପାୱର । ଏଥିମଧ୍ୟରୁ ଜଣେ ମହିଳା ଦିବ୍ୟାଙ୍ଗ ହୋଇଥିବା ବେଳେ ଅନ୍ୟ ଜଣେ ତାଙ୍କ ସହାୟକ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି । ମହିଳା ଜଣକ ଦିବ୍ୟାଙ୍ଗ ହୋଇଥିବାରୁ ଏମାନେ ଟ୍ରେନର ଦିବ୍ୟାଙ୍ଗ ବୋଗିରେ ଚଢିଯାଉଥିଲେ, ଯାହା ଫଳରେ ଏମାନଙ୍କୁ କେହି କେବେ ତନଖି କରୁନଥିଲେ ଯାହାର ଲାଭ ଉଠାଇ ବହୁଦିନଧରି ଏମାନେ ଏହି ଚାଲାଣ ରେ ଲିପ୍ତ ଥିବା ଜଣାପଡିଛି ।

ପୋଲିସ ଏନ୍ ଡି ପି ଏସ୍ ଆକ୍ଟ ର କେଶ ନମ୍ବର ୧୭୮ ୟୁ/ଏସ୍ ୨୦ (ବି) (ଆଇ ଆଇ)(ସି) /୨୯ ରେ ଏକ ମାମଲା ରୁଜୁକରି ୨ ମହିଳା ଚାଲାଣକାରୀ ଙ୍କୁ ଆଜି କୋର୍ଟ ଚାଲାଣ କରିଛି । ଏହି ଚଢାଉବେଳେ ଏସ ଆଇ ନରସିଂହ ବେହେରା, ଏ ଏସାଇ ଉତ୍କଳ ବିଜୟ ମହାନ୍ତି, ପ୍ରବିତା ମଣ୍ଡଳ, ସ୍ବର୍ଣ୍ଣଲତା ଗମାଙ୍ଗ, ଏସ ଏନ ଦଣ୍ଡସେନା ଓ ଆନନ୍ଦ ମେଲେକା ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଭାରତର ପ୍ରଥମ ମଙ୍କିକ୍ସ ରୋଗୀ ସଂପୂର୍ଣ୍ଣ ଆରୋଗ୍ୟ, ଖୁବଶୀଘ୍ର ହସ୍ପିଟାଲରୁ ହେବେ ଡିସଚାର୍ଜ

Odisha Halchal

ସନ୍ତାନ ପାଇବା ଆଶାରେ ଅନୈତିକ କାର୍ଯ୍ୟ

Odisha Halchal

ଓଡିଶାର ୧୧ ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ

Odisha Halchal

Leave a Comment