ଓଡ଼ିଶା ଖବରନ୍ୟୁଜ୍

ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା

ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା

ବଣେଇ(ଓଡିଶା ହାଲଚାଲ):-ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଜଣେ ମୃତ ଜଣେ ଗୁରୁତର ।ବଣେଇ ଉପଖଣ୍ଡର ଲହଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ୱର୍ ଜାତୀୟ ରାଜପଥର ଠିଆବେର୍ଣ୍ଣା ଛକରେ ଟ୍ରକ ଓ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିବା ଜଣାପଡିଛି।

ଘଟଣାରୁ ପ୍ରକାଶ ରାଉରେଲା ପଟୁ ଓଡ଼ି ୦୯ ପି ୧୮୬୯ ନମ୍ବର ଟ୍ରକ ଆସୁଥିବା ବେଳେ ଠିଆବେର୍ଣ୍ଣା ଛକରେ ବିପରୀତ ଦିଗରୁ ଆସୁଥିବା ବାଇକ୍ ସହ ମୁହାମୁହିଁ ଧକ୍କା ହୋଇଥିଲା ଫଳରେ ବାଇକ୍ ଚାଲକ ଓ ତାଙ୍କ ସାଥୀ ଗାଡିରୁ ଛିଟିକି ପଡ଼ି ରାସ୍ତା ଉପରେ ପଡ଼ି ଯାଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଲହୁଣୀପଡ଼ା ଚିକିତ୍ସାଳୟ କୁ ନିଆଯାଇ ଥିବା ବେଳେ ଡ଼ାକ୍ତର ଜଣଙ୍କୁ ମୃତ ଘୋଷଣା‌ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବାରୁ ତାଙ୍କର ପ୍ରାଥମିକ ଚିିକିତ୍ସା କରି ଅଧିକ ଚିକିତ୍ସା ପାଇଁ ରାଉକେଲା ପଠା ଯାଇଥିବା ଜଣାପଡିଛି। ତେବେ ମୃତକଙ୍କ ପରିଚୟ ମିଳି ପାରି ନାହିଁ।ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇ ଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

Related posts

ଇଡିର ସମସ୍ତ କ୍ଷମତାକୁ କାଏମ ରଖିଲେ ସୁପ୍ରିମକୋର୍ଟ

Odisha Halchal

ରେଲୱେ ଅଟୋଷ୍ଟାଣ୍ଡରୁ ଗଞ୍ଜେଇ ଚୋରା ଚାଲାଣ

Odisha Halchal

ମାଡ଼ ମାରି ଛାତ୍ରକୁ ଆହତ କଲେ ସମ୍ପାଦକ

Odisha Halchal

Leave a Comment