ଓଡ଼ିଶା ଖବରନ୍ୟୁଜ୍

କାଳ ବୈଶାଖୀର ତାଣ୍ଡବ

କାଳ ବୈଶାଖୀର ତାଣ୍ଡବ

ଗଂଜାମ ( ଓଡିଶା ହାଲଚାଲ):-କାଳ ବୈଶାଖୀ ର ତାଣ୍ଡବ, ବଜ୍ରଘାତରେ ଜଣେ ମୃତ 2 ଆହତ lସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଅନେକ ଜାଗାରେ କାଳ ବୈଶାଖୀ ତାଣ୍ଡବ ରଚି ଅନେକ ଧନଜୀବନ ନଷ୍ଟ କରୁଛି lଏଭଳି ଏକ ଲୋମ ଟାଙ୍କୁଳା ଘଟଣା ଘଟିଛି ଗଞ୍ଜାମଜିଲ୍ଲା ମାଣିତରା ପଞ୍ଚାୟତରେ l

ସୂଚନା ଅନୁସାରେ ଏହି ପଞ୍ଚାୟତ ଅଧିନସ୍ତ ତାମ୍ବିରି ଗ୍ରାମର ଦୁଇଜଣ ମହିଳା ମଣି ବାରିକ ଓ ସଜନୀ ସାମଲ ଅପରାହ୍ନ 3ଟା ସମୟ ରେ ସାପୁଆପଲ୍ଲୀ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ବଜ୍ରାଘାତ ର ଶିକାର ହୋଇ ତଳେ ପଡିଯାଇଥିଲେ ଲୋକ ମାନେ ଉଧାର କରି ଗୋବର ଗଦାରେ ପୋତି ରଖିଥିଲେ ସେହିପରି ମକରାପଲ୍ଲୀ ଗାଁର ଜଣେ ଯୁବ କାହ୍ନୁ ଆଲଟିଆ ସେ ଘରେ ବସି ମୋବାଇଲ୍ ଦେଖୁଥିବା ସମୟରେ ବଜ୍ରପାତ ରେ ନିଜ ଘରଭିତରେ ଟଳି ପଡିଥିଲେ l

ଆହତ ମାନଙ୍କୁ 108ଆମ୍ବୁଲାନ୍ସ ଯୋଗେ ବୁଗୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯଇଥିଲା ଡାକ୍ତର ସେଠାରେ ମଣି ବାରିକଙ୍କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟ ଦୁଇ ଜନଙ୍କ ଚିକିତ୍ସା ଚାଲିଥିବାବେଳେ ସଜନୀଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି l ବୁଗୁଡା ପୋଲିସ୍ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବାସହ ତଦନ୍ତ କରୁଛି l

Related posts

ଏକାଠି ରହିବେ ହ୍ୟୁମାନ ସାଗର ଓ ପତ୍ନୀ ଶ୍ରୀୟା ମିଶ୍ର

Odisha Halchal

32କେଜି ଗଞ୍ଜେଇ ଜବତ ସହ ଦୁଇ ଜଣ ଗିରଫ

Odisha Halchal

ସର୍ବଭାରତୀୟ ଖୋଖୋ ଚମ୍ପିୟାନସିପ ଅନୁଷ୍ଠିତ

Odisha Halchal

Leave a Comment