ଓଡ଼ିଶା ଖବରନ୍ୟୁଜ୍

ରାଜ୍ୟ ସ୍ତରୀୟ ବେଟ୍ ବିଣ୍ଟନ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି

ରାଜ୍ୟ ସ୍ତରୀୟ ବେଟ୍ ବିଣ୍ଟନ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି

ନବରଙ୍ଗପୁର( ଜି :ପ୍ର ଓଡିଶା ହାଲଚାଲ):-ରାଜ୍ୟ ସ୍ତରୀୟ ବେଟ୍ ବିଣ୍ଟନ ପ୍ରତି ଯୋଗୀତା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ସହର ର ଆରୋ ରୋଡ଼ ରେ ଥିବା ଟାୱାର କ୍ଲବ ରେ ଏହାର ଆୟୋଜନ କରାଯାଇଥିଲା। ଏହି ବୈଠକ ଟାୱାର କ୍ଲବ ର ସଭାପତି K ଜଗନ୍ନାଥ ରାଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ କ୍ଲବ ର ବରିଷ୍ଟ ନାଗରିକ , ବୁଦ୍ଧିଜୀବୀ , ଟାୱାର କ୍ଲବ ର ସଦସ୍ୟ ଓ ଖେଳାଳି ମାନେ ଉପସ୍ଥିତ ଥିଲେ । ଏହି ଟୁର୍ଣ୍ଣାମେଣ୍ଟ୍ ଆସନ୍ତା ଏପ୍ରିଲ ମାସ ୨୭ , ୨୮,୨୯,୩୦ ତାରିଖରୁ ଆରମ୍ଭ ହେବା କୁ ଥିବାବେଳେ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଖେଳାଳି ଯୋଗଦେବେ । ଏହି ପ୍ରତିଯୋଗିତା ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରତିଯୋଗିତା ରେ ବିଜୟୀ ଦଳକୁ ଟ୍ରଫି ସହ ୨୩.୩୩୩ ହଜାର ଟଙ୍କା ଏବଂ ଉପ ବିଜେତା ଦଳକୁ ଟ୍ରଫି ସହ ୧୮ ,୮୮୮ ଟଙ୍କା ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଏହି ବୈଠକରେ ଦିନଦୟାଲ ଜୈନ (ଟିଙ୍କୁ) , ସନ୍ତୋଷ ସିଂ, ପ୍ରଭାତ ମହାରଣା ( ମଣ୍ଟୁ) , ଆଇ ତେଜେଶ୍ବର ରାଓ (ତେଜୁ) , ପ୍ରସାନ୍ତ ବେହେରା ( ଟୁଟୁ) , ଟି ଆଦି ନାରାୟଣ , ପି ସାଇ ଚାନ୍ଦ (ମଣି) , ଅନୁଭବ ସେରଓଲ , ବିକାଶ , ସୁରଜିତ ନାହକ, ସ୍ମାରକ ତ୍ରିପାଠୀ , ପ୍ରସାନ୍ତ ସାହୁ , ପାବନ , ସୌମ୍ୟ ମହାନ୍ତି , ବି ପୃଥିବୀ ରାଜ୍ ଓ ସୋରଜ୍ କଚିମ୍ ଉପସ୍ଥିତ ଥିଲେ।

Related posts

ମେଲଣ ପାଇଁ ଘଣ୍ଟା ଘଣ୍ଟା ରାସ୍ତା ଅବରୋଧ

Odisha Halchal

ଡିଲର କର୍ମଚାରୀଙ୍କ ଦୁର୍ବ୍ୟବହାର

Odisha Halchal

ବଜ୍ରାଘାତରେ ୨ ମୃତ ୩ ଗୁରୁତର

Odisha Halchal

Leave a Comment