ଓଡ଼ିଶା ଖବରନ୍ୟୁଜ୍

ଉତ୍କଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଉତ୍କଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଗୁଣପୁର :-ଉତ୍କଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲଳିତ କୁମାର କହଁରଙ୍କ ଅଧ୍ୟକ୍ଷତାରେ ଉପଖଣ୍ଡ ସ୍ତରୀୟ ଉତ୍କଳଦିବସ 2023 ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଦ୍ଭାବନା ସଭା ଗୃହଠାରେ ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା ସଂଯୋଜନା କରିଥିଲେ ।

ଉତ୍କଳ ଦିବସ ପାଳନ ପୂର୍ବରୁ 27 ଓ 28 ମାର୍ଚ୍ଚ ଦୁଇ ଦିନ ଧରି ଓଡିଶୀ ନୃତ୍ୟ, ସଙ୍ଗୀତ, ଚିତ୍ରଙ୍କନ, ଶୁଦ୍ଧ ଓଡ଼ିଆ ଲିଖନ, ପଠନ ଭଳି ବିଭିନ ପ୍ରତିଯୋଗିତା ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ର ଠାରେ ଅନୁଷ୍ଠିତ ହେବ । ଅପ୍ରେଲ ପହିଲା ଉତ୍କଳ ଦିବସ ଦିନ ସକାଳ 7,30 ସମୟରେ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ର ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ପୁନଶ୍ଚ ସେହିଠାରେ ଶେଷ ହେବ । ଅପରାହ୍ନରେ ମେଡିକାଲ ଚକ ଠାରୁ ହଳଦିଆ ନାଳ ଛକ ମଧ୍ୟରେ ପଥୋତ୍ସଵ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ, ସାଧାରଣ ସଭା, ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଓଡ଼ିଆ ପିଠା, ଖାଦ୍ୟ, ଝୋଟି ଆଦିର ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ । ଆଜିର ଏହି ବୈଠକରେ ତହସିଲଦାର ଗୁଣପର ଶ୍ରୀ ଶର୍ତ ଚନ୍ଦ୍ର ନାୟକ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସାହୁ, ସହକାରୀ ଜିଲ୍ଲାପାଳ ଶ୍ରୀମତୀ ସୁଜାତା ପାଢ଼ୀ ମଞ୍ଚସିନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୁଣପୁର ପୌର ପରିଷଦ ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ଼, ସହକାରୀ ଆରକ୍ଷୀ ନିରୀକ୍ଷକ ଶ୍ରୀ ପ୍ରଶାନ୍ତ ମୁଦୁଲି, ଶ୍ରୀ କୈଳାସ ଦାସ, ରମେଶ ଚନ୍ଦ୍ର ଲିମା, ଇନ୍ଦ୍ରକ୍ଷୀ ଦାସ, ଉମା ଦାସ, ପ୍ରଶାନ୍ତ ହୋତା, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଜାତା ଦାସ, ଗୁଣପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ନୀଳ ମାଧବ ଦାସ, ସମସ୍ତ ଅନୁଷ୍ଠାନ ମୁଖ୍ୟଙ୍କ ସମେତ ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ । ଅନନ୍ତ ପାତ୍ର ପରିଚାଳନା କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ପରକୀୟା ପ୍ରୀତି ରେ ରାକ୍ଷଶୁନି ସାଜିଲା ବହୁ

Odisha Halchal

ପାଣି ସମସ୍ୟାର ସମାଧାନ ପାଇଁ ଜନସାଧାରଣଙ୍କ ଆଗୁଆ ପ୍ରସ୍ତୁତି

Odisha Halchal

ମିଶନ ଶକ୍ତି ମହିଳାଙ୍କ ଉନ୍ନତି ନା ରେ ହାରିଲୁଟ

Odisha Halchal

Leave a Comment