ଅପରାଧଓଡ଼ିଶା ଖବରନ୍ୟୁଜ୍

ସ୍ଥାନୀୟ ଲୋକଙ୍କ ଦ୍ୱାରା ଚୋରକୁ ନିର୍ଧୁମ ମାଡ଼

ସ୍ଥାନୀୟ ଲୋକଙ୍କ ଦ୍ୱାରା ଚୋରକୁ ନିର୍ଧୁମ ମାଡ଼

ବାଲେଶ୍ବର:-ସୋର ଥାନା ନଦୀଗାଁ କାନପୁରଠାରେ ବିଳମ୍ବିତ ରାତିରେ ଏକ ଦୋକାନରୁ ଚୋରି କରୁଥିବା ବେଳେ ଦୁଇଜଣ ଚୋରକୁ ନିର୍ଧୁମ ଛେଚି ପୁଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ।ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଚୋରଙ୍କୁ ସୋର ଡାକ୍ତରଖାନାକୁ ନେଇ ଚିକିତ୍ସିତ କରାଇବା ସହିତ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାକୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଟକ ଥିବା ଚୋର କୁରୁଣିଆ ଗ୍ରାମର ପର୍ଶୁରାମ ବାରିକ ଓ ଗୁରୁତର ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବା ଚୋର ରାଉରକେଲା ଅଞ୍ଚଳର ବଳରାମ ପଟ୍ଟନାୟକ।
ସୂଚନା ଅନୁସାରେ, ସୋର ବ୍ଲକ ନଦୀଗାଁ ପଂଚାୟତ କାନପୁର ଛକଠାରେ ମାନସ କୁମାର ସାହୁ ଏକ ଦୋକାନ କରିଛନ୍ତି।

ପ୍ରତିଦିନ ଭଳି ଗତକାଲି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ ତାଙ୍କ ଦୋକାନ ଚାବି ଭାଙ୍ଗି ୪ ଜଣ ଯୁବକ ଚୋରି କରୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଥିଲେ। ଖବର ପାଇ ଦୋକାନ ପାଖରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇଜଣଙ୍କୁ କାବୁ କରି ନିର୍ଧୁମ ଛେଚିଥିବା ବେଳେ ଅନ୍ୟ ଦୁଇଜଣ କୌଶଳ କ୍ରମେ ଖସିଯାଇଥିଲେ।

Related posts

ଆନନ୍ଦର ସହିତ ଲୋକମାନେ ଶୁଣୁଛନ୍ତି ଭଗବତ୍ କଥା

Odisha Halchal

ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ବାସନ୍ତୀକ ନବରାତ୍ର ପୂଜା

Odisha Halchal

ଶାହିଦ କପୁରଙ୍କ ଫିଲ୍ମ ‘ଜର୍ସି’ର ବଦଳିଲା ରିଲିଜ୍‌ ଡେଟ୍‌

Odisha Halchal

Leave a Comment