ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଶାହିଦ କପୁରଙ୍କ ଫିଲ୍ମ ‘ଜର୍ସି’ର ବଦଳିଲା ରିଲିଜ୍‌ ଡେଟ୍‌

ଶାହିଦ କପୁରଙ୍କ ଫିଲ୍ମ ‘ଜର୍ସି’ର ବଦଳିଲା ରିଲିଜ୍‌ ଡେଟ୍‌

ଶାହିଦ କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜର୍ସି’ର ରିଲିଜ୍ ତାରିଖ ବୃଦ୍ଧି କରିବାକୁ ନିର୍ମାତାମାନେ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରଟି ୧୪ ଏପ୍ରିଲରେ ରିଲିଜ୍ ହେବାର ଥିଲା କିନ୍ତୁ ବର୍ତ୍ତମାନ ଏହି ଫିଲ୍ମ ୨୨ ଏପ୍ରିଲରେ ପ୍ରେକ୍ଷାଳୟକୁ ଆସିବ । ଚଳଚ୍ଚିତ୍ର ସମାଲୋଚକ ତାରନ ଆଦର୍ଶ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଫିଲ୍ମର ରିଲିଜ୍ ତାରିଖ ସହିତ କ୍ୟାପସନରେ ଲେଖିଛନ୍ତି, ନିର୍ମାତାମାନେ ଗତକାଲି ରାତିରେ ଏହି ନିଷ୍ପତ୍ତି ନେଇଛନ୍ତି। ଖବର ଅନୁଯାୟୀ ବକ୍ସ ଅଫିସରେ କଲେକ୍‌ସନ ପାଇଁ ଫିଲ୍ମର ନିର୍ମାତାମାନେ ଏହି ସବୁ କରୁଛନ୍ତି।

ସୂଚନା ଅନୁଯାୟୀ କହିବାକୁ ଗଲେ, ଥାଲାପାଥି ବିଜୟଙ୍କ ‘ବିଷ୍ଟ’ ଏପ୍ରିଲ ୧୩ ରେ ଏବଂ ୟଶଙ୍କ ଫିଲ୍ମ ‘KGF ପାର୍ଟ -୨’ ଏପ୍ରିଲ ୧୪ ରେ ରିଲିଜ ହେଉଛି। ଏହି ଦୁଇଟି ଚଳଚ୍ଚିତ୍ର ଜର୍ସି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିଲା । କିନ୍ତୁ ନିକଟରେ ବକ୍ସ ଅଫିସରେ ଫିଲ୍ମର କଲେକସନ୍‌କୁ ନେଇ ଉପରେ ଶାହିଦଙ୍କୁ ପ୍ରଶ୍ନ କରାଯାଇଥିଲା ।

ସେ କହିଥିଲେ, ‘ପ୍ରକୃତ କଥା ହେଉଛି ଆମେ ଆମର ଚଳଚ୍ଚିତ୍ର ରିଲିଜ କରୁଛୁ । ଏହାର ଅର୍ଥ ଆମର ଚଳଚ୍ଚିତ୍ର ରିଲିଜ୍ କରିବା ପାଇଁ ଏହା ଏକ ଭଲ ସମୟ ବୋଲି ଆମେ ଅନୁଭବ କରୁଛୁ ।
ଫିଲ୍ମ ଜର୍ସି ପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି । ଶାହିଦ ଏହି ଫିଲ୍ମରେ କ୍ରିକେଟର ଭୂମିକାରେ ଅଭିନୟ କରୁଛନ୍ତି। ମୃଣାଳ ତାଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ।

Related posts

ହୋଡିଂକୁ କଲେ ହାଇଜାକ

Odisha Halchal

ସଡ଼କ ଦୁର୍ଘଟଣାରେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ

Odisha Halchal

ଜମିବାଡ଼ିକୁ କେନ୍ଦ୍ର କରି ଆକ୍ରମଣ, ସାନଭାଇର ଛୁରାମାଡ଼ରେ ବଡ଼ଭାଇ ମୃତ

Odisha Halchal

Leave a Comment