ଓଡ଼ିଶା ଖବରନ୍ୟୁଜ୍

ସାନ ଭଉଣୀଙ୍କୁ ଉଦ୍ଧାର କରିବାକୁ ଯାଇ ବଡ଼ ଭଉଣୀର ଚାଲିଗଲା ଜୀବନ

ସାନ ଭଉଣୀଙ୍କୁ ଉଦ୍ଧାର କରିବାକୁ ଯାଇ ବଡ଼ ଭଉଣୀର ଚାଲିଗଲା ଜୀବନ

କଟକ:-ଜେଜେଙ୍କର ଏକାଦଶାହ ଦିନ ନାବାଳିକା 3ଭଉଣୀ ନଦୀରେ ଗାଧୋଉଥିଲେ। ସାନ ଭଉଣୀ ଦୁଇଜଣ ନଦୀରେ ହଠାତ ଭାସିଯିବାରୁ ବଡ଼ ଭଉଣୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ପାଣିରେ ଭାସିଗଲା।

ସାନ ଦୁଇଜଣ ସିନା ବଂଚିଗଲେ ହେଲେ ବଡ଼ ଭଉଣୀ ଚାଲିଗଲା ଅକାତ ପାଣି ରେ । ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସାଧକନଗର ଗାଁରେ। ଲୁଣା ନଦୀରେ ଗାଧଉଥିବା ସମୟରେ ଏଭଳି ଅଘଟଣ ଘଟିଛି।

ମୃତା ନାବାଳିକା ଛାତ୍ରୀ ଜଣଙ୍କ ନାଁ ହେଉଛି ଋତୁପର୍ଣ୍ଣା ସାହୁ। ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ। ନଦୀରୁ ମୃତ୍ୟ ମୁଖରୁ ଗ୍ରାମବାସୀଙ୍କ ଦ୍ବାରା ଅଳ୍ପକେ ଉଦ୍ଧାର ହୋଇଥିବା ନାବାଳିକା ସାନ ଭଉଣୀ ଦୁଇଜଣ ହେଲେ ରିଦ୍ଧି ଆଉ ସିଦ୍ଧି। ସାନ ଦୁଇଜଣ ଏବେ ସୁସ୍ଥ ଥିବା ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପ୍ରକାଶ ।

Related posts

ବିଦ୍ୟାଳୟରେ ପୋଷାକ ବିତରଣ ମେଳା

Odisha Halchal

ଭିଜିଲାନ୍ସ ଜାଲରେ ଶ୍ରମ ନିୟୋଜନ ଅଧିକାରୀ ଓ ମୁଖ୍ୟ କିରାଣୀ

Odisha Halchal

ଆରମ୍ଭ ହେଲା ବୌଦ୍ଧ ମହୋତ୍ସବ

Odisha Halchal

Leave a Comment