ଅପରାଧଓଡ଼ିଶା ଖବରନ୍ୟୁଜ୍

ଗ୍ରାହକଙ୍କ ଟଙ୍କାରେ ମଦ ମାଲିକ ମାଲେମାଲ

ଗ୍ରାହକଙ୍କ ଟଙ୍କାରେ ମଦ ମାଲିକ ମାଲେମାଲ

କେନ୍ଦ୍ରାପଡ଼ା:-ଗ୍ରାହକଙ୍କ ଟଙ୍କାରେ ମଦ ମାଲିକ ମାଲେମାଲ। ସରକାରୀ ନିୟମକୁ ଏମାନଙ୍କ ଖାତିର ନାହିଁ। ନିର୍ଦ୍ଧାରିତ ଦରରୁ ଚଢା ଦରରେ ମଦ ବିକ୍ରି କରି ବିଦେଶୀ ମଦ ଦୋକାନୀ ମାନେ ଗ୍ରାହକଙ୍କ ଠାରୁ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା। ଜିଲ୍ଲା ଅବକାରୀ ବିଭାଗ ଛତ୍ରଛାୟା ତଳେ ଏବେ ବିଦେଶୀ ମଦ ଦୋକାନୀ ମାନେ ରହୁଥିବାର ଚର୍ଚ୍ଚା ହେଉଛି। ମଦ ଦୋକାନରେ କିଭଳି ଚାଲିଛି ବେଆଇନ କାରବାର ସମ୍ପୁର୍ଣ୍ଣ ଘଟଣା କଏଦ ହୋଇଛି ଆମ କ୍ୟାମେରା ଲେନ୍ସରେ।

କେନ୍ଦ୍ରାପଡ଼ା ରୁ ଆସିଛି ଓଡ଼ିଶା ହାଲଚାଲ ସ୍ପେଶାଲ୍ ରିପୋର୍ଟ। ନିର୍ଦ୍ଧାରିତ ଦରରେ ବିଦେଶୀ ମଦ ଦୋକାନରେ ମଦ ବିକ୍ରି କରିବାର ନିୟମ ରହିଥିବା ବେଳେ ଗ୍ରାହକ ମାନଙ୍କୁ ବିଲ୍ ଦେବା ବାଧ୍ୟତାମୂଳକ ମଧ୍ୟ ନିୟମ ରହିଛି। ହେଲେ ସରକାର ଓ ଅବକାରୀ ବିଭାଗର ନିୟମକୁ ଜଳାଞ୍ଜଳି ଦେଇ କେନ୍ଦ୍ରାପଡ଼ା ଜିଲ୍ଲାର ବଡ଼ପାଳ ସ୍ଥିତରେ ଥିବା ବିଦେଶୀ ମଦ ଦୋକାନ ଗ୍ରାହକ ମାନଙ୍କୁ ଚଢା ରେ ମଦ ବିକ୍ରି କରିବାର ନଜିର ରହିଛି। ଯାହାର ସମ୍ପୁର୍ଣ୍ଣ ସତ୍ୟାସତ୍ୟ ଜାଣିବା ପାଇଁ ଆମ ଓଡ଼ିଶା ହାଲଚାଲ ଟିମ୍ ଗ୍ରାହକ ଅଭିନୟ କରି କରିଛି ଷ୍ଟିଙ୍ଗ ଅପରେସନ। ଯାହାର ବାସ୍ତବିକ ଚିତ୍ର କ୍ୟାମେରାରେ କଏଦ ହୋଇଛି।

ଗ୍ରାହକ ମାନଙ୍କୁ ଲୁଟିବା ରେ ଲାଗିଛନ୍ତି ବିଦେଶୀ ମଦ ଦୋକାନୀ। ପ୍ରଶାସନକୁ ଡର ଅଛି ନାଁ ଭୟ ଅଛି। ଗୋଟିଏ ମଦ ବୋତଲ ଉପରେ ୧୦ ଟଙ୍କା ଅଧିକ ନେଇ ବିଲ୍ ଦେଉନାହାନ୍ତି ବିଦେଶୀ ମଦ ଦୋକାନୀ। ମଦ ଗ୍ରାହକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ମାଲେମାଲ ହେଉଛନ୍ତି ବିଦେଶୀ ମଦ ଦୋକାନୀ ମାଲିକ। ଏଠି ପ୍ରଶ୍ନ ଉଠୁଛି ସରକାର ଙ୍କ ନିୟମକୁ ଜଳାଞ୍ଜଳି ଦେଇ ଏଭଳି ବେଆଇନ କାମ କରୁଥିବା ଦୋକାନୀଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି ଅବକାରୀ ବିଭାଗ। ଜିଲ୍ଲା ଅବକାରୀ ବିଭାଗ ଏହି ମଦ ଦୋକାନୀ ମାଲିକଙ୍କ ଭିତରେ ରହିଛି କି କିଛି ଭିତରି ସମ୍ପର୍କ। ମଦ ଦୋକାନୀ ଙ୍କ ଏଭଳି କାମକୁ ନେଇ ଅବକାରୀ ବିଭାଗର ପାରିବା ପଣିଆକୁ ନେଇ ଉଠିଛି ପ୍ରଶ୍ନ। ତେବେ ଏଭଳି ବେଆଇନ କାମ କରି ଗ୍ରାହାକଙ୍କ ଠାରୁ ଲୁଟି ନେଉଥିବା ମଦ ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

Related posts

ଅନାଥ ହେଲେ ତିନି କଅଁଳ ଶିଶୁ

Odisha Halchal

ଏପ୍ରିଲରେ ବିବାହ କରିପାରନ୍ତି ଆଲିଆ-ରଣବୀର! ବଲିଉଡ୍‌ରେ ଚର୍ଚ୍ଚା ଜୋର

Odisha Halchal

ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ପୋଲିସ ଅଧିକାରୀ

Odisha Halchal

Leave a Comment