ଅପରାଧଓଡ଼ିଶା ଖବରନ୍ୟୁଜ୍

ଅଗ୍ନିକାଣ୍ଡରେ ୧୮ ପରିବାର ସର୍ବସ୍ବାନ୍ତ

ଅଗ୍ନିକାଣ୍ଡରେ ୧୮ ପରିବାର ସର୍ବସ୍ବାନ୍ତ

କାମାକ୍ଷାନଗର (ବ୍ୟୁରୋ ଓଡିଶା ହାଲଚାଲ ):- ନିଶା ସେବନର ଭୟଙ୍କର ପରିଣତି ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମରେ।ସ୍ବାମୀ ଶରତ ନାଏକ ନିଶାସକ୍ତ ଭାବରେ ଘରକୁ ଆସିବାରୁ ହୋଇଥିଲା ବିବାଦ। ଏଥିରେ ଉତ୍ତ୍ୟକ୍ତ ହୋଇ ଘର ଛାଡ଼ି ଚାଲିଯାଇଥିଲେ ସ୍ତ୍ରୀ ସତ ନାଏକ।

ଏ ନେଇ ଶ୍ବଶୁର ତାଙ୍କ ବୋହୂ ଏବଂ ୨ ଛୋଟ ନାତିଙ୍କୁ ଘରେ ପୂରାଇ ନିଆଁ ଲଗାଇ ଦେଇଥିଲେ।ନିଶାସକ୍ତ ଅବସ୍ଥାରେ ଶରତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ବୋହୂ ସତ ନାଏକ କହିଛନ୍ତି। ଶେଷରେ ଏହାର କରୁଣ ପରିଣତି ଭୋଗିବାକୁ ପଡ଼ିଛି ପୂରା ଗାଁକୁ। ଅଗ୍ନିକାଣ୍ଡରେ ସାହିର ୧୮ ପରିବାର ସର୍ବସ୍ବାନ୍ତ ହୋଇ ଯାଇଛନ୍ତି।

ସେମାନଙ୍କ ୩୦ ବଖରା ଘର ପାଉଁଶ ହୋଇଯାଇଛି।ସୂଚନା ଅନୁଯାୟୀ ଗ୍ରାମର ଶରତ ନାଏକଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ କାମାକ୍ଷାନଗର ଓ ପର୍ଜଙ୍ଗର ୨ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ। ପ୍ରାଥମିକ ଆକଳନ ଅନୁସାରେ ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି।

Related posts

ବିଜୁଳି ଖୁଣ୍ଟାରେ ଆତ୍ମହତ୍ୟା

Odisha Halchal

ହଜାର ହଜାର ଦର୍ଶକଙ୍କ ସମାଗମରେ ମା ସୁନାଦେଇଙ୍କ ଛତରଯାତ୍ରା

Odisha Halchal

ସ୍ତ୍ରୀ ଥାଇ ନାବାଳିକାଙ୍କୁ ଏକତରଫା ପ୍ରେମ

Odisha Halchal

Leave a Comment