ଓଡ଼ିଶା ଖବରନ୍ୟୁଜ୍

ଯୁବ ରେଡ୍ କ୍ରସ୍ ପକ୍ଷରୁ ବିଶ୍ଵ କୁଷ୍ଠ ନିରାକରଣ ଦିବସ ପାଳନ

ଯୁବ ରେଡ୍ କ୍ରସ୍ ପକ୍ଷରୁ ବିଶ୍ଵ କୁଷ୍ଠ ନିରାକରଣ ଦିବସ ପାଳନ

ବୌଦ୍ଧ:-(ଜି:ପ୍ର -ଓଡିଶା ହାଲଚାଲ )ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଯୁବ ରେଡ୍ କ୍ରସ ତରଫରୁ ଆଜି ବିଶ୍ଵ କୁଷ୍ଠ ନିରାକରଣ ଦିବସ ମହାନଦୀ ବ୍ରିଜ ଛକ ପାଖରେ ଥିବା ସ୍ଥାନୀୟ କୁଷ୍ଠlଶ୍ରମରେ ପାଳିତ ହୋଇଯାଇଛି l ଯୁବ ରେଡ୍ କ୍ରସ୍ ର ସମ୍ପାଦକ ଅଧ୍ୟାପକ ପ୍ରବିର କୁମାର ଦାସ ଙ୍କ ନେତୃତ୍ବରେ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀ ଛାତ୍ରମାନେ ସେହି ଆଶ୍ରମରେ ପହଞ୍ଚି ସେମାନଙ୍କର ହାଲଚାଲ ବୁଝିବା ସହ ସେମାନଂକ ପାଇଁ ହୋଇ ଥିବା ଦିବସ ବିଷୟରେ ବୁଝାଇ ଥିଲେ l

ସମସ୍ତ ଅଧିବାସୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ l କରୋନା ସମୟରୁ ପୋଷ୍ୟ କରିଥିବା ଯୁବ ରେଡ୍ କ୍ରସ୍ ସମାଜ କୁ ଏହି ବାର୍ତ୍ତା ପ୍ରଦାନ କରିଛନ୍ତି ଯେ କୁଷ୍ଠ ରୋଗୀ ଅସ୍ପୃଶ୍ୟ ନୁହଁନ୍ତି l କୁଷ୍ଠ ରୋଗ ଔଷଧ ଦ୍ଵାରା ନିଶ୍ଚୟ ଆରୋଗ୍ୟ ହେବ l କୁଷ୍ଠ ରୋଗ ର ଲକ୍ଷଣ ପ୍ରକାଶ ପାଇଲେ, ଦେହରେ ଛଉ ଦେଖା ଦେଲେ ତାକୁ ନ ଲୁଚାଇ ଡାକ୍ତର ଖାନାରେ ପରୀକ୍ଷା କରି ଏମ୍. ଡି. ଟି. ଔଷଧ ଖାଇଲେ ଏହି ରୋଗ ନିଶ୍ଚୟ ଭଲ ହେବ l

ବର୍ଷl ଦିନରେ ପାଣି ପଶି ଯାଉ ଥିବାରୁ ସେମାନଙ୍କ ପାଇଁ ଯଥା ଶୀଘ୍ର ନୂତନ ଗୃହ ନିର୍ମାଣ କରାଯିବା ପାଇଁ ସେମାନେ ପ୍ରଶାସନ କୁ ଅନୁରୋଧ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ପ୍ରମୋଦ କୁମାର ସାହୁ, ପାର୍ଥ ସାରଥି ମିଶ୍ର, ଜିତେନ୍ଦ୍ର ସାହୁ, ପ୍ରତ୍ୟୁଷ ଦାନୀ, ଆଲୋକ ପରିଡା ଇତ୍ଯାଦି ବହୁ ସହଯୋଗ କରିଥିଲେ l

Related posts

ଅଟା କିଣିବାକୁ ଦୋକାନରେ ପଶିଲେ, ବୃଦ୍ଧ ଦୋକାନୀଙ୍କୁ ବାନ୍ଧି ଲୁଟି ନେଲେ

Odisha Halchal

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସତିଗୁଡ଼ା ଜଳଭଣ୍ଡାର

Odisha Halchal

ଉତ୍କଳ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Odisha Halchal

Leave a Comment