ଅପରାଧଓଡ଼ିଶା ଖବରନ୍ୟୁଜ୍

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟା ଘଟଣାରେ ଶଢଯନ୍ତ୍ର !

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟା ଘଟଣାରେ ଶଢଯନ୍ତ୍ର !

ବ୍ରଜରାଜନଗର:-(ବ୍ୟୁରୋ :ଓଡିଶା ହାଲଚାଲ )ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ କରିଥିବା ଏଏସଆଇ ଗୋପାଳ ଦାସଙ୍କୁ ନେଇ ରୋଚକ ଖବର।ଗୋପାଳ ଦାସ କାହିଁକି ହତ୍ୟାର ବାଟ ବାଛିଲେ ।କଣ ହତ୍ୟା ପଛରେ କିଛି ଶଢଯନ୍ତ୍ର ନାହିଁତ !ଏଏସଆଇ ଗୋପାଳ ଦାସ ଜଣେ ସଚୋଟ ଏବଂ ପୁରସ୍କାର ପ୍ରାପ୍ତ ପୋଲିସ ଅଫିସର କାହିଁକିନା ଓଡିଶା ସରକାରଙ୍କ ଠୁଁ ଭଲ କାମ ପାଇଁ ସେ ଅନେକ ପୁରସ୍କାର ପାଇଛନ୍ତି ।

ସଠିକ ତଦନ୍ତ ପ୍ରକ୍ରିୟା ପାଇଁ ୧୮ଟି ମେଡାଲ ସହ ୮ଥର ତାଙ୍କୁ ଆର୍ଥିକ ସହାୟତା ସହ ପୁରସ୍କାର ପାଇଛନ୍ତି।ସର୍ଭିସ ବୁକରେ ଗୋପାଳ ଗୁଡ୍ ବୋଲି ଦର୍ଶିତ ହୋଇଛି ।୨୮ ବର୍ଷ ହେବ ସେ ପୋଲିସ ଚାକିରି କରିଛନ୍ତି । ଗଞ୍ଜାମରେ ସେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ । ୮ଜୁଲାଇ ୧୯୯୨ରେ ପ୍ରଥମେ ନିଯୁକ୍ତି ପାଇଥିଲେ ।

ସେପ୍ଟେମ୍ବର ୯, ୨୦୦୯ରେ ବରିଷ୍ଠ ହାବିଲଦାରରୁ ଏଏସଆଇକୁ ପଦୋନ୍ନତି ମିଳିଥିଲା ।ଏବେ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡିରେ ନିଯୁକ୍ତ ଥିଲେ ।ଥରେ ମାତ୍ର ଛୋଟିଆ ଭୁଲ ପାଇଁ ଚେତାବନୀ ପାଇଥିଲେ ।କିନ୍ତୁ ସେ ମାନସିକ ରୋଗରେ ପୀଡିତ ଥିଲେ ବୋଲି ସର୍ଭିସ ବୁକରେ ଉଲ୍ଲେଖ ନାହିଁ ।ତେବେ କଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ହତ୍ୟା କଲେ ତାହା କ୍ରାଇମ ବ୍ରାଞ୍ଚର ତଦନ୍ତ ପରେ ଗୁମର ଖୋଲିବ ।

Related posts

ବନ୍ଧା ହେବେ ଶିଳ୍ପା ଶେଟ୍ଟୀଙ୍କ ମା’! ୱାରେଣ୍ଟ ଜାରି

Odisha Halchal

୬ ଦଫା ଦାବୀ ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ

Odisha Halchal

ମୋବାଇଲ ଚୋରିରୁ କ୍ୟାରିୟର ଆରମ୍ଭ

Odisha Halchal

Leave a Comment