ଓଡ଼ିଶା ଖବରନ୍ୟୁଜ୍

କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତରେ ଗ୍ରାମସଭା

କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତରେ ଗ୍ରାମସଭା

କାଲିମେଳା:-(ନି :ପ୍ର ଓଡିଶା ହାଲଚାଲ)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତରେ ଆଜି ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଗ୍ରାମ ସଭାଟି କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରେବତୀ କୁଞ୍ଜଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି।

କାଙ୍ଗୁରୁକୋଣ୍ଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀଯୁକ୍ତ ତପନ ବନିକ,ନାୟବ ସରପଞ୍ଚ ଶ୍ରୀ ରବି ପଡ଼ିଆମି,ପିଇଓ ଶ୍ରୀ ମନୋଜ କୁମାର ତାଙ୍ଗୁଲ, ଗ୍ରାମ ରୋଜଗାର ସେବକ ଶ୍ରୀମତୀ କ୍ରିଷ୍ଣା ବାଗଚୀ,ଭିଆରପି, ସାତ ଗୋଟି ଗ୍ରାମର ମେମ୍ବର ତଥା ସାତ ଗୋଟି ଗ୍ରାମର ପ୍ରାୟ ଶହେରୁ ଉର୍ଦ୍ଧ୍ବ ଲୋକ ଏହି ଗ୍ରାମ ସଭାରେ ଉପସ୍ଥିତ ହେବାକୁ ଦେଖାଯାଇଥିଲା। ଆଜିର ଏହି ଗ୍ରାମ ସଭାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ତଥା ଗ୍ରାମର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା ହେବାର ଦେଖାଯାଇଥିଲା। ବାର୍ଦ୍ଧକ୍ୟ ଭତ୍ତା ଉପରେ ଆଲୋଚନା କରିବାକୁ ଯାଇ ଭିଏଲଡବ୍ଲୁ ଶ୍ରୀ ତାଙ୍ଗୁଲ କହିଥିଲେ ଯେ ହିତାଧିକାରୀଙ୍କ ତୂଳନାରେ ଟଙ୍କା କମ୍ ଆସିବାରୁ ଠିକ୍ ସମୟରେ ସବୁ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିବାରେ ଅସୁବିଧା ହେଉଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ କରିବାକୁ ଯାଇ ଗ୍ରାମ ରୋଜଗାର ସେବକ ଶ୍ରୀମତୀ କ୍ରିଷ୍ଣା ବାଗଚୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ ହୋଇଥିବା ଫର୍ମରେ ସମସ୍ତଙ୍କ ମୋବାଇଲ ନମ୍ବର ଭୂଲ ଥିବାରୁ କାର୍ଯ୍ୟାଳୟରୁ ଯୋଗାଯୋଗ କରିବାକୁ ଅସୁବିଧା ହେଉଛି। ତେଣୁ ସମସ୍ତେ ସଠିକ ନମ୍ବର ଦେବାକୁ ଶ୍ରୀମତୀ କ୍ରିଷ୍ଣା ବାଗଚୀ ଅନୁରୋଧ କରିଥିଲେ। ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ପତିତପାବନ ବୈଦ୍ୟ ଗ୍ରାମ ସଭାରେ ଉପସ୍ଥିତ ହୋଇ କହିଥିଲେ ଯେ ଯେଉଁ ଗାଇଡ ଲାଇନ ଗୁଡ଼ିକ ସରକାର ଦେଇଛନ୍ତି ତାହା କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ।

ଶ୍ରୀ ବୈଦ୍ୟ ଆହୁରି କହିଥିଲେ ଯେ ଯଦି କେନ୍ଦ୍ର ସରକାରଙ୍କର ଏହି ଗାଇଡ ଲାଇନ ଅନୁସରଣ କରାଯାଏ ତେବେ କେହି ଜଣେ ଘର ପାଇବେ ନାହିଁ। ଶ୍ରୀଯୁକ୍ତ ବୈଦ୍ୟ ଶେଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ନିଜର ମତାମତ ପ୍ରଦାନ କରିବାକୁ ଯାଇ କହିଥିଲେ ଯେ କେନ୍ଦ୍ର ସରକାର ଏହି ଗାଇଡ ଲାଇନରୁ କିଛି ସଂଶୋଧନ କଲେ ହିତାଧିକାରୀ ମାନେ ଉପକୃତ ହେବେ। କାଲିମେଳାରୁ

Related posts

ଆଦିବାସୀବହୁଳ ଅଞ୍ଚଳରେ ବର୍ଷିବ ସୁନା

Odisha Halchal

FY୨୩ର ଆର୍ଥିକ ବିକାଶ ଅନୁମାନକୁ ସଂଶୋଧନ କଲା ଏସବିଆଇ, ଜିଡିପି ଗ୍ରୋଥ ୭.୫% ରହିବା ସମ୍ଭାବନା

Odisha Halchal

ଜିଲ୍ଲା ଆଇନସେବା ପ୍ରାଧିକରଣ, ଦିନିକିଆ ତାଲିମ ଶିବିର

Odisha Halchal

Leave a Comment