ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ହଟିଲା ନାଇଟ୍ କର୍ଫ୍ୟୁ,କୋହଳ ହେଲା ନିୟମ

ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ହଟିଲା ନାଇଟ୍ କର୍ଫ୍ୟୁ,କୋହଳ ହେଲା ନିୟମ

ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ହଟିଲା ନାଇଟ୍ କର୍ଫ୍ୟୁ । ଦିନକୁ ଦିନ କରୋନା ସଂକ୍ରମଣରେ ହ୍ରାସ ଘଟିବା କାରଣରୁ ବର୍ତ୍ତମାନ ଏପରି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଚାଲୁଥିବା ବେଳେ ବର୍ତ୍ତମାନ ଏହି ନିୟମରେ କୋହଳ କରାଯାଇଛି । ପୁର୍ବରୁ ରାଜ୍ୟରେ କରୋନା ସଂକ୍ରମଣ ଦୃତଗତିରେ ବଢୁଥିବା ବେଳେ ଏହି ରାତ୍ରୀ କର୍ଫ୍ୟୁ ୯ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ କରାଯାଇଥିଲା ।

ପରେ ଏହି କରୋନା ସଂଖ୍ୟାରେ ହ୍ରାସ ହେବା ପରେ ଏହାକୁ ୧୦ ଟା ପର୍ଯ୍ୟନ୍ତ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସମ୍ପୁର୍ଣ୍ଣ ଭାବେ ଏହି କଟକଣା କୁ ହଟାଇ ଦିଆଯାଇଛି ।

ଅନ୍ୟପଟେ କିନ୍ତୁ କେବଳ ୧୦୦ ଲୋକଙ୍କୁ ନେଇ ରାଜ୍ୟରେ ବିବାହ ଓ ବ୍ରତଘର ହେବ । ତା ସହିତ ୫୦ ଲୋକଙ୍କୁ ନେଇ ଅନ୍ତ୍ୟେଷ୍ଟି କ୍ରିୟା ସମାପନ ହେବ ।

ସେହିପରି ମାତ୍ର ୧ ହଜାର ଲୋକଙ୍କୁ ନେଇ ରାଜ୍ୟରେ ଯାତ୍ରା କରିବେ କଳାକାର । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ ସରକାରୀ ଅଫିସ । ଫିଲ୍ମ ହଲ୍ ମଧ୍ୟ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ରାଜ୍ୟର ସମସ୍ତ ଫିଲ୍ମ ହଲ୍ ଖୋଲାରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

Related posts

ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏନଏସଏସ ତରଫରୁ ବିଶ୍ୱ ଏଡସ ଦିବସ ପାଳିତ

Odisha Halchal

ଗଙ୍ଗୁବାଇ ଗେଟଅପ୍ ରେ ରାଖୀ ସାୱନ୍ତ,ଆଲିଆ ଭଟ୍ଟ ଠାରୁ ଭଲ କରୁଥିବା କହିଲେ ୟୁଜର୍ସ

Odisha Halchal

ଚାକିରୀ ଦେବା ନାମରେ ଚାଲିଛି ନକଲି ସାମ୍ବାଦିକଙ୍କ ଠକ ରାକେଟ

Odisha Halchal

Leave a Comment