ଓଡ଼ିଶା ଖବରନ୍ୟୁଜ୍

ଆବାସ ଯୋଜନାରେ ଚଞ୍ଚକତା ଓ ଅନିୟମିତତା ପ୍ରତିବାଦରେ କଣ୍ଟାମାଳ ବିଜେପି

ଆବାସ ଯୋଜନାରେ ଚଞ୍ଚକତା ଓ ଅନିୟମିତତା ପ୍ରତିବାଦରେ କଣ୍ଟାମାଳ ବିଜେପି

ବୌଦ୍ଧ :-(ରିପୋର୍ଟ :-ଆଶିଷ ବିହାରୀ ଠାକୁର)ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଣରେ ରାଜ୍ୟ ସରକାର ଚଞ୍ଚକତା ଓ ଅନିୟମିତତା ପ୍ରତିବାଦରେ ଆଜି କଣ୍ଟାମାଳ ବ୍ଲକ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗଙ୍କ ନେତୃତ୍ୱରେ ଘେରାଓ କରାଯାଇଥିଲା । ରାଜ୍ୟ ସରକାର ବିରୋଧୀ ନାରା ସହିତ ଆବାସ ଘର ପାଇବା ପାଇଁ ବିଭିନ୍ନ ନାରା ଦେଇଥିଲେ ।

କିପରି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଘର ପାଇବେ ନିର୍ଣ୍ଣାୟକ ଲଢ଼େଇ ପର୍ଯ୍ୟନ୍ତ ଲଢ଼େଇ ହେବ ବୋଲି ଶ୍ରୀଡାଙ୍ଗ କହିଥିଲେ । ଯଦି କୂଳତାଯୋର ପଂଚାୟତରେ ୭୨୦ ଲୋକଙ୍କ ରେଜିଷ୍ଟ୍ରେସନ ହେଲା । ଅନ୍ୟ ପଞ୍ଚାୟତରେ କାହିଁକି ହେଲା ନାହିଁ ବୋଲି ପ୍ରଶ୍ନ କରିଥିଲେ । କଣ୍ଟାମାଳ ବ୍ଲକ ଦୁର୍ନୀତିରେ ବୁଡିରହିଥିବା ଖୋଦ ବିଡ଼ିଓ ସ୍ୱୀକାର କରିଥିଲେ । ଯୋଗ୍ୟ ହିତାଧିକାରୀ ରେଜିଷ୍ଟ୍ରେସନ ନ ହେବା ପର୍ଯ୍ୟନ୍ତ ଗ୍ରାମସଭା ନ କରିବାକୁ ଅନୁରୋଧ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ଜିଲ୍ଲା ଉପସଭାପତି ଚିତ୍ତ ରଞ୍ଜନ ପାତ୍ର, ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ ବାଘ, ତାପସ ପଟ୍ଟନାୟକ, ଜିଲ୍ଲା ପ୍ରବକ୍ତା ପ୍ରେମାନନ୍ଦ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ରାକେଶ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ, ଜିଲ୍ଲା ସଂପାଦକ ଯଦୁ ବିହାରୀ ବାଘ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଟଳ ପ୍ରଧାନ, ମଣ୍ଡଳ ସଭାପତି ଅନିଲ ପ୍ରଧାନ, ପିନାକଧର ରଣା, ନିରଞ୍ଜନ କର୍ଣ୍ଣ, ଯୀଶୁ ପଧାନ, ପଞ୍ଚମନ ଜଗଦଳା, ହିମାଂଶୁ ବସ୍ତିଆ, ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଗୋପୀନାଥ କହଁର, ଶଙ୍କର ସାହୁ, ଠାକୁର ଚରଣ ନାଏକ ସମେତ ଶତାଧିକ ହିତାଧିକାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Related posts

ଭୋଜିଭାତ ଖାଇ ୩୦ରୁ ଉର୍ଦ୍ଧ୍ୱ ଶିଶୁଙ୍କ ସମେତ ୫୦ ରୁ ଅଧିକ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ

Odisha Halchal

ସେବା ଅନୁଷ୍ଠାନ ତରଫ ରୁ କମ୍ବଳ ବଣ୍ଟନ

Odisha Halchal

ଯୁଦ୍ଧରେ ମଲେଣି ୧୨ ହଜାର ରୁଷ ସୈନ୍ୟ, ୩୦୦ ଟ୍ୟାଙ୍କ ଧ୍ୱଂସ

Odisha Halchal

Leave a Comment