ଓଡ଼ିଶା ଖବରନ୍ୟୁଜ୍

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତିଲେ ଯାତ୍ରୀ

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତିଲେ ଯାତ୍ରୀ

ମୟୁରଭଞ୍ଜ-ସାରସକଣାରୁ ଭୟା ଉଦଳା ଦେଇ ଭୁବନେଶ୍ୱର ଯାଉଥିବା ଯାତ୍ରୀବାହୀ ବସ ବୃନ୍ଦାଗଡି ଛକରେ ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବର୍ତିଲେ ଯାତ୍ରୀ
ମୟୁରଭଞ୍ଜ ଜିଲ୍ଲା ସାରସକଣାରୁ ବାରିପଦା ଭୟା ଉଦଳା ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହି ବସ୍ “ସାଇ ଶଙ୍କର” ଉଦଳା ବାରିପଦା ରାଜ ରାସ୍ତାର ବୃନ୍ଦାଗଡି ଛକ ନିକଟରେ ହେଲା ଦୁର୍ଘଟଣାଗ୍ରସ୍ତ। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଉଦଳା ବାରିପଦା ମୂଖ୍ୟ ରାସ୍ତାର ବୃନ୍ଦାଗଡି ଛକ ନିକଟରେ ଘଟି ଥିବା ବେଳେ, ବସଟି ଏକ ବାଇକ ଆରୋହୀକୁ ଧକ୍କା ଦେଇ ରାସ୍ତା କଡରେ ଥିବା ଦୋକାନ ଗୃହକୁ ଧକ୍କା ଦେଇ ଥିଲା, ସୂଚନା ମୁତାବକ ସାରସକଣାରୁ ଭୁବନେଶ୍ୱର ଭାୟା ଉଦଳା ଦେଇ ରାତ୍ରି 11ଟା ସମୟରେ ଯାଉଥିବା ସାଇ ଶଙ୍କର ନାମକ ଘରୋଇ ବସ୍ ବୃନ୍ଦାଗଡି ଛକ୍ ନିକଟରେ ବାମ ପାଶ୍ୱରେ ଯାଉଥିବା ଏକ ବାଇକ ଆରୋହୀଙ୍କ ସହ ଦୁର୍ଘଟଣା ଘଟାଇ ରାସ୍ତା ନିକଟରେ ଥିବା ଏକ ଦୋକାନ ଭିତରକୁ ପଶି ଯାଇଥିଲା ।

ବାଇକ୍ ଚାଳକ ଉଦଳା ଥାନା ଅଧିନସ୍ଥ ଅଣ୍ଡିଆମୁଣ୍ଡ ଗ୍ରାମର ଲକ୍ଷଣ ଚରଣ ମୁର୍ମୁ ଓ ବସ୍ ଡ୍ରାଇଭର ଜାମୁଝାଡି ଅଞ୍ଚଳର ରାମଚନ୍ଦ୍ର ଗିରି ବୋଲି ସୂଚନା ମିଳି ଥିବା ବେଳେ, ବସ ଭିତରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇ ଛନ୍ତି, ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କ ସମେତ ଅନ୍ୟ ଦୁଇ ଜଣ ଗୁରୁତ୍ୱର ହୋଇଥିବl ବେଳେ, ବାଇକ ଚାଳକଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି,ସୂଚନା ମୁତାବକ ଡ୍ରାଇଭର ମୁଣ୍ଡରେ ଆଘାତ ଲାଗି ଥିବା ବେଳେ, ବାଇକ ଚାଳକଙ୍କ ମଧ୍ୟ ମୁଣ୍ଡ ରେ ଶକ୍ତ ଆଘାତ ଲାଗିଛି, ଆହତ ବ୍ୟକ୍ତି ମାନଙ୍କୁ 108 ଆମ୍ବୁଲାନ୍ସରେ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତି କରା ଯାଇଥିବା ବେଳେ, ଅବସ୍ଥା ଗୁରୁତର ଥିବାରୁ ବାଇକ ଚାଳକଙ୍କୁ ଉଦଳା ମେଡିକାଲରୁ ବାରିପଦା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ତେବେ ବସ୍ ମଧ୍ୟରେ ଥିବା ଅନ୍ୟ ଯାତ୍ରୀ ମାନଙ୍କ ମଧ୍ୟରୁ ତିନି ଜଣ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ସାରସକଣା ଅଞ୍ଚଳର ଶ୍ରୀଧର ସାହୁ, ସ୍ତ୍ରୀ ସତ୍ୟଭାମା ସାହୁ ଓ ତାଙ୍କର 9 ବର୍ଷର ପୁଅ ଦେବବ୍ରତ ସାହୁ, ସୂଚନା ପାଇ ଘଟଣା ସ୍ଥଳରେ ଉଦଳା ଏବଂ ଖୁଣ୍ଟା ଦମକଳ ବିଭାଗର କର୍ମଚାରୀ ମାନେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଥିବା ବେଳେ,ସାରସକଣା ଅଞ୍ଚଳର ଶ୍ରୀଧର ସାହୁ, ସତ୍ୟଭାମା ସାହୁ ଓ ତାଙ୍କର ଛୋଟ ପୁଅ ଦେବବ୍ରତ ସାହୁ ଉଦଳା ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଏହି ଦୁର୍ଘଟଣାରେ ଅନ୍ତର୍ଯ୍ୟାମୀ ମାଝୀଙ୍କ ଦୋକାନ ଗୃହଟି ନଷ୍ଟ ହେବା ସହିତ ଛାତ ମଧ୍ୟକୁ ବସଟି ପାଖାପାଖି 15 ଫୁଟ ପଶି ଯାଇଥିବାର ଦେଖିବାକୁ ମିଳିଛି । ଦୁର୍ଘଟଣା ସ୍ଥଳରେ କିଛି ସମୟ ଚାପା ଉତେଜନା ଦେଖିବାକୁ ମିଳିଥିବା ବେଳେ ଉଦଳାରୁ ବୃନ୍ଦାଗୋଡି ଦେଇ ଦେବକୁଣ୍ଡ ଯିବା ରାସ୍ତା ସମ୍ପୂର୍ଣ ଅବରୋଧ ହୋଇଛି,ଘଟଣା ସ୍ଥଳରେ ଉଦଳା ପୋଲିସ୍ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିବାର ଦେଖିବାକୁ ମିଳିଛି

Related posts

ଭୟଙ୍କର ଦୁର୍ଘଟଣା

Odisha Halchal

ମାନସ ହତ୍ୟା ପଛରେ ମେମୋରୀ ଚିପ୍‌ ଓ ୱେବ୍‌ ପୋର୍ଟାଲ୍‌ ମାଲିକାଣୀ

Odisha Halchal

କପିଳ ଦେବଙ୍କ ୪୦ ବର୍ଷର ଏହି ରେକର୍ଡ ଭାଙ୍ଗିଲେ ଜସପ୍ରୀତ ବୁମରା

Odisha Halchal

Leave a Comment