ଓଡ଼ିଶା ଖବରନ୍ୟୁଜ୍

କଂଗ୍ରେସର ପ୍ରଚାରରମଙ୍ଗ ଧରିଲେ ଛତିଶଗଡ଼ ମନ୍ତ୍ରୀ

କଂଗ୍ରେସର ପ୍ରଚାରରମଙ୍ଗ ଧରିଲେ ଛତିଶଗଡ଼ ମନ୍ତ୍ରୀ

ରାୟଗଡା:-(ରିପୋର୍ଟ-ପ୍ରସାଦ ସାହୁକାର)ଜିଲ୍ଲାରେ କଂଗ୍ରେସ ର ଷ୍ଟାର ପ୍ରଚାରକ ରୂପେ ଛତିଶଗଡ଼ ଶିଳ୍ପ ଓ ଅବକାରୀ ମନ୍ତ୍ରୀ କୱାସି ଲଖମା, ସେ ଆଜି ଅପରାହ୍ନ ରେ ବିଷମକଟକ ଠାରେ ରୋଡ଼ଶ କରି କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟ କରିବାକୁ ଅନୁରୋଧ କରିଛନ୍ତି,। ଏକ ରୋଡ଼ ସୋ କରି ପ୍ରଚାର ସମୟରେ କର୍ମୀଙ୍କ ସହିତ ନୃତ୍ୟ କରିଥିଲେ, ରାଜ୍ୟ ସରକାରଙ୍କ ବିଫଳତା କୁ ନେଇ ପ୍ରବଳ ବର୍ଷି କହିଛନ୍ତି ଓଡ଼ିଶାରେ କେବଳ ଅଫିସରଙ୍କ ରାଜ ଚାଲୁଛି ଏଣୁ ଏଠାକାର ଲୋକେ କଂଗ୍ରେସକୁ ଜିତେଇବା ପାଇଁ ମନ କରିସାରିଛନ୍ତି ବୋଲି ସେ କହିଛନ୍ତି, ।

ବିଷମକଟକ ରେ ପ୍ରଚାର କରିବା ପୂର୍ବରୁ “ମା ମାରକମା” ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ,। ତାଙ୍କ ସହିତ କୋରାପୁଟ ସାଂସଦ ସପ୍ତଗିରୀ ଉଲାକା ଓ ଜିଲ୍ଲା ସଭାପତି ଦୁର୍ଗା ପଣ୍ଡାଙ୍କ ସମେତ ଦଳୀୟ ପ୍ରାର୍ଥୀ ଓ କର୍ମୀ ମାନେ ଉପସ୍ଥିତ ଥିଲେ। ଦୀର୍ଘ ପାଞ୍ଚ ପାଳି ଶାସନ କରି ଦେଶକୁ ସମ୍ପୂର୍ଣ୍ଣ ଭାବେ ଦଲାଲଙ୍କ ଶାସନ କରି ଗରିବ ଖଟି ଖିଆଙ୍କ ପ୍ରତି କରିଥିବାର ଉଚିତ ପଦକ୍ଷେପ ନେବେ ଜନ ସାଧାରଣ ବୋଲି ଶ୍ରୀ ଉଲୁକା କହିଛନ୍ତି।

ସେହିଭଳି ଦୁର୍ନୀତିକୁ ମୂଳ ପୋଛ କରିବା ପାଇଁ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତିବାକୁ ଅନୁରୋଧ କରିଛନ୍ତି।ସେହି ଭଳି ମୁନିଗୁଡ଼ାରେ ଏକ କର୍ମୀ ସମିଳନୀରେ ଯୋଗ ଦେଇ କର୍ମୀଙ୍କ ମନୋବଳ ବଢ଼ାଇ ଥିଲେ। ଦୁର୍ନୀତିକୁ କୌଣସି ପରିସ୍ଥିତିରେ କଂଗ୍ରେସ ପାର୍ଟି ବରଦାସ୍ତ କରିବ ନାହିଁ ବୋଲି କହିଛନ୍ତି।

ମୁନିଗୁଡା ମୁନିଖୋଲ ଖେଲ ପଡିଆ ଠାରେ କଂଗ୍ରେସ ଦଳର ଏକ ସଭା ଅନୁଷ୍ଠିତ ହୋଇଥିଲା ଏତିରେ ସହଯୋଗ କରିଥିଲେ ମୁନିଗୁଡାର କଂଗ୍ରେସ ବ୍ଲକ ସଭାପତି ନୀଳାମ୍ବର ବିଭାର, ଏମ୍ପି ରିପ୍ରେଜେଣ୍ଟେଟି ମାନସ ରଞ୍ଜନ ବେହେର କଂଗ୍ରେସ ରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଏହିଥର ବିଜୟ ହାସଲ କରିବ ବୋଲି ଆସା ବିଶ୍ବାସ ରହିଛି।

Related posts

ଗରିବ ପୁଅଝିଅଙ୍କ ପାଠ ପାଇଁ ଖୋଲିଲା ସ୍କିମ

Odisha Halchal

ଧରାପଡିଲେ ଦୁଇ ସାଇବର ଠକ

Odisha Halchal

ସମ୍ଭାବ୍ୟ ବାତ୍ୟା ପାଇଁ ଅଧିକ ଅତ୍ୟାବଶ୍ୟକ ଜିନିଷ ମହଜୁଦ ରଖନ୍ତୁ ନାହିଁ

Odisha Halchal

Leave a Comment