ଓଡ଼ିଶା ଖବରନ୍ୟୁଜ୍

ଓଲଟିଲା ଗ୍ୟାସ ଟ୍ୟାଙ୍କର, ଯାତାୟାତ ବାଧାପ୍ରାପ୍ତ , ବିଦ୍ୟୁତ ବିଛିନ୍ନ ସହ ଅଞ୍ଚଳରେ ରୋଷେଇ ବନ୍ଦ

ଓଲଟିଲା ଗ୍ୟାସ ଟ୍ୟାଙ୍କର, ଯାତାୟାତ ବାଧାପ୍ରାପ୍ତ , ବିଦ୍ୟୁତ ବିଛିନ୍ନ ସହ ଅଞ୍ଚଳରେ ରୋଷେଇ ବନ୍ଦ

କଳାହାଣ୍ଡି ଜିଲ୍ଲା ଭବାନିପାଟଣା ରାୟପୁର 16 ନମ୍ବର ରାଜ୍ଯ ରାଜପଥ ପାଷ୍ଟିପଡା ନିକଟରେ ଭୋର 5,30 ସମୟରେ ଭାରସାମ୍ଯ ହରାଇ ଗ୍ୟାସ ଟ୍ୟାଙ୍କର ପଡିଯାଇଛି। ଟ୍ୟାଙ୍କରୁ ଗ୍ୟାସ ନିର୍ଗତ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟ ର ବାତାବରଣ ଦେଖା ଦେଇଛି । ପ୍ରଶାସନ ପକ୍ଷରୁ ଉଭୟ ପଟେ ଯାତାୟତ ବନ୍ଦ ରହିଛି । ତେବେ ଗ୍ୟାସ ଲିକେଜ୍ ହେବାରୁ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡିଛନ୍ତି ।

ଘଟଣାସ୍ଥଳ ରେ ଭବାନୀପାଟଣା ରୁ ଅଗ୍ନିଶମ ବିଭାଗ ପହଞ୍ଚି ଗ୍ୟାସ ନିର୍ଗତ କୁ ବନ୍ଦ କରିବା ପାଇଁ ପ୍ରୟାସ ଜାରି ରହିଛି । ଗ୍ୟାସ ନିର୍ଗତ ହେଉଥିବାରୁ ସୁରକ୍ଷା କୁ ଦୃଷ୍ଟିରେ ରଖି ଥୁଆପଦର , କର୍ଲାଗୁଡା, ପାଷ୍ଟିପଡା ସମେତ ଅନେକ ଗ୍ରାମରେ ଘରୋଇ ଗ୍ୟାସ ବନ୍ଦ କରିବା ସହ ରୋଷେଇ ବନ୍ଦ କରାଯାଇଛି ଓ ବିଦ୍ୟୁତ ବିଛିନ୍ନ କରାଯାଇଛି । ଘଟଣାସ୍ଥଳ ରୁ 2 କିଲୋମିଟର ରୁ ଲୋକଙ୍କୁ ପ୍ରବେଶ କୁ ମନା କରାଯାଇଥିବା ବେଳେ ଘଟଣାସ୍ଥଳ ରୁ ଇଲେକ୍ଟ୍ରୋନିକ୍ସ ଡିଭାଇସ, ମୋବାଇଲ, ପାୱାର ବ୍ୟାଙ୍କ ବାରଣ କରାଯାଇଛି ।

ମିଳିଥିବା ସୁଚନା ଅନୁସାରେ ବଲାଙ୍ଗୀର ରୁ ଏକ ଟେକ୍ନିକାଲ ଟିମ ଆସିବା ପରେ ଗ୍ୟାସ ନିର୍ଗତ କୁ ବନ୍ଦ କରିବା ପାଇଁ ପ୍ରୟାସ କରାଯିବ । ଅଗ୍ନିଶମ ବିଭାଗ ପକ୍ଷରୁ ଗ୍ୟାସ ନିର୍ଗତ ଟ୍ୟାଙ୍କର ଅଞ୍ଚଳରେ ପାଣି ଛିଞ୍ଚନ କରାଯାଉଛି । ଘଟଣାସ୍ଥଳ ରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ , କଳାହାଣ୍ଡି ଏସପି ଅଭିଳାଷ ଜି , ଉପଜିଲ୍ଲାପାଳ, ବିଡିଓ, ଏସଡିପିଓ, ସଦରଥାନା ଅଧିକାରୀ ପହଞ୍ଚି ଲୋକଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି କଡାକଡି କରାଯାଇଛି ।

Related posts

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଓ ସମାବେଶ

Odisha Halchal

ପୁରୀର ବ୍ରହ୍ମଗିରି ଅଞ୍ଚଳରେ ବୋମାମାଡ଼

Odisha Halchal

ବନ୍ଧା ହେବେ ଶିଳ୍ପା ଶେଟ୍ଟୀଙ୍କ ମା’! ୱାରେଣ୍ଟ ଜାରି

Odisha Halchal

Leave a Comment