ଓଡ଼ିଶା ଖବରନ୍ୟୁଜ୍

ଲକ୍ଷ୍ମିପଦର ଗାଁ ନିକଟରେ 2 ମୋଟରସାଇକଲ୍ ମୁହାଁ ମୁହିଁ ଧକ୍କା

ଲକ୍ଷ୍ମିପଦର ଗାଁ ନିକଟରେ 2 ମୋଟରସାଇକଲ୍ ମୁହାଁ ମୁହିଁ ଧକ୍କା

ଟିଟିଲାଗଡ :-(ରିପୋର୍ଟ :-ସୁନେଲି ଛତ୍ରିଆ )ଟିଟିଲାଗଡ଼ ଥାନା ଅନ୍ତର୍ଗତ ଲକ୍ଷ୍ମିପଦର ଗାଁ ନିକଟରେ ଦୁଇ ମୋଟର ସାଇକେଲ୍ ମୁହଁ ମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣେ ବ୍ୟକ୍ତି ର ମୃତ୍ୟୁ ଘଟିଥିବା ବେଳେ 3 ଜଣ ଯୁବକ ଗୁରୁତର ହୋଇଛନ୍ତି ।

ତିନି ବ୍ୟକ୍ତି ଙ୍କ ଅବସ୍ଥା ସଂକଟାପନ୍ନ ଥିବାର ସମସ୍ତ ଙ୍କୁ ବଲାଙ୍ଗିର ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ହେଲେ ଚଲକି ଗାଁ ର ମୋହନ ମାଝୀ (28)। ମୋହନ ମାଝୀ ନିଜ ଭଣଜା ନେପାଲ ମାଝୀ ସହିତ କୌଣସି କାମରେ ଟିଟିଲାଗଡ଼ ଆସିଥିଲେ ।

ଓ କାମ ସାରି ଘରକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ମୋଟରସାଇକଲ୍ ଧକ୍କା ଦେଇଥିଲା । ଟିଟିଲାଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାକୁ ଆଣିଥିଲା ହେଲେ ଡାକ୍ତର ଜଣଙ୍କୁ ମୃତ ଘୋଷାଣ କରିଥିବା ବେଳେ ଅନ୍ଯ ଦୁଇ ଗୁରୁତର ଙ୍କ ପରିଚୟ ମିଳିପାରି ନାହିଁ ।

Related posts

ବଜେଟ @୨୦୨୨: ୧୬ ଲକ୍ଷ ଯୁବକଙ୍କୁ ଚାକିରୀ, ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍, ତିଆରି ହେବ ୨୫ ହଜାର କିମିର ରାଜପଥ

Odisha Halchal

ନାବାଳିକା ଶାଳୀ ସହିତ ପୂର୍ବତନ ସରପଞ୍ଚ ଶାରୀରିକ ସମ୍ପର୍କ

Odisha Halchal

ପ୍ରଶାସନ ର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

Odisha Halchal

Leave a Comment