ଓଡ଼ିଶା ଖବରନ୍ୟୁଜ୍

ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଗଞ୍ଜାମ:-(ରିପୋର୍ଟ:- ଅନିଲ ସେଠି)  ଭଞ୍ଜନଗର ଠାରେ ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାର ଆମ ଆଦମୀ ପାର୍ଟିର ସଭାପତି ସମେତ ବହୁନେତା ଉପସ୍ଥିତ ଥିଲେ l ଆଗାମୀ 2024 ନିର୍ବାଚନ କୁ ଆଖିଆଗରେ ରଖି ଆମ ଆଦମୀ ପାର୍ଟିର ସବୁ କର୍ମ କର୍ତ୍ତା ଉପସ୍ଥିତ ରହି ରଣନୀତି ପ୍ରସ୍ତୁତ କରିଥିଲେ l

ଆଗାମୀ ସାଧାରଣ ନିର୍ବାଚନ ରେ କିପରି ବ୍ଲକ ଓ ପଂଚାୟତ ସ୍ତରରୁ ଆମ ଆଦମୀ ପାର୍ଟିକୁ ବିପୁଳ ଭୋଟ ମିଳିବ ସେନେଇ ଆଲୋଚନା ହୋଇଥିଲା l ଦିଲ୍ଲୀ ରେ ଯେପରି ଆମ ଆଦମୀ ପାର୍ଟିର ସରକାର ଲୋକଙ୍କୁ ସମସ୍ତ ସାହାଯ୍ୟ ଯୋଗାଇ ଆସିଛି ସେହି ସୁବିଧା ଓଡିଶା ବାସି ମଧ୍ୟ୍ୟ ପାଇବେ l

ଗରିବୀ ହଟାଓ ଆନ୍ଦୋଳନ ଜାରି ରହିବ ଏବଂ ସ୍ୱାସ୍ଥ୍ୟ, ଶିକ୍ଷା, ବିଜୁଳି, ରୋଜଗାର, ପାଣି ଏହି ପାଞ୍ଚୋଟି ମୁଦ୍ଦା କୁ ନେଇ ଆମ ଆଦମୀ ପାର୍ଟି ରାଜନୀତିକୁ ଓଲ୍ଲାଇବ l ଲୋକଙ୍କ ମଧ୍ୟ ସମର୍ଥନ ରହିଛି ଆଗାମୀ ସାଧାରଣ ନିର୍ବାଚନ ରେ ଆମ ଆଦମୀ ପାର୍ଟି ଭଲ ପ୍ରଦର୍ଶନ କରିବ l ସଭାରେ ଜିଲ୍ଲା କାଯ୍ୟକର୍ତା ସମେତ ଭକ୍ତରାମ ମହାପାତ୍ର, ଗୋପାଳ ବିଶୋଇ, ହରିକୃଷ୍ଣ ସାହୁ, ବିରୁପାକ୍ଷ ନାୟକ, ଅନିଲ ସେଠି ସମେତ 50ରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିଲେl

Related posts

ଏପ୍ରିଲରେ ବିବାହ କରିପାରନ୍ତି ଆଲିଆ-ରଣବୀର! ବଲିଉଡ୍‌ରେ ଚର୍ଚ୍ଚା ଜୋର

Odisha Halchal

ଗୋପୀନାଥ ମନ୍ଦିରରୁ ୫ଟି ଅଷ୍ଟଧାତୂ ମୂର୍ତ୍ତି ଚୋରି

Odisha Halchal

ବାରିପଦା ସହର ମଧ୍ୟରୁ ୧୮ ଲକ୍ଷର ଧଳା ଜହର ଜବତ, ମହିଳା ଗିରଫ

Odisha Halchal

Leave a Comment