ଓଡ଼ିଶା ଖବରନ୍ୟୁଜ୍

ମାଓ କେମ୍ପ ଠାବ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ SP

ମାଓ କେମ୍ପ ଠାବ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ SP

ନୂଆପଡା:-(ରିପୋର୍ଟ:-ଚେତୁରାମ ପ୍ରଧାନୀ) ଛତିଶଗଡ଼ ଓ ଓଡିଶା ସୀମା ବୋଡେ଼ନ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ଗତ ୨୩ ତାରିଖ ଦିନ କୁମ୍ବିଙ୍ଗ ଅପରେସନ ବେଳେ ମାଓବାଦୀ ଓ ଜବାନ ଙ୍କ ମଧ୍ୟରେ ମୁହାଁମୁହିଁ ଗୁଳି ଚାଳନା ଘଟିଥିଲା। ଜବାନ ଙ୍କ ଆକ୍ରମଣକୁ ସହି ନ ପାରି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ମାଓ କେମ୍ପ ଧ୍ବଂସ କରିବା ସଙ୍ଗେ ସଙ୍ଗେ ୪୮ ପ୍ରକାରର ମାଓ ସାମଗ୍ରୀ ଜବତ କରିଥିଲେ ଜବାନ।

ଆଜି ନୂଆପଡା ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଏକ ଆହୁତକ ସାମ୍ବାଦିକ ସମ୍ମିଳନୀରେ ଏହି କଥାକୁ ପ୍ରକାଶ କରିଛନ୍ତି। ଶ୍ରୀ ଦିବାକରଙ୍କ ସୂଚନାନୁଯାୟୀ ପାଟଧରା ଜଙ୍ଗଲରେ କୁଖ୍ୟାତ ମାଓବାଦୀ ମୁରଲୀ, ଦେବଜୀ, ଜୟରାମ, କାର୍ତ୍ତିକ, ଗୁଡୁ, ଅଞ୍ଜୁ,ସଂଗୀତା, ଜନିଲା,ପାର୍ବତୀ ଓ ସୋନି ପ୍ରମୁଖଙ୍କଉପସ୍ଥିତିରେ ଏକ ବଡ ଧରଣର ମାଓ କେମ୍ପ ଚାଲୁଥିବାର ସୂଚନା ବିଶ୍ୱସ୍ତ ସୂତ୍ରରୁ ପୋଲିସ କୁ ମିଳିଥିଲା। ସୂଚନା ମିଳିବା ପରେ ଏସଓଜି,ଡିଭିଏଫ, ଓ ସିଆରପିଏଫ ଜବାନ ଙ୍କ ମିଳିତ ଟିମ ଗତ ୨୧ ତାରିଖରୁ ଘଞ୍ଚ ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ ଆରମ୍ଭ କରିଥିଲେ। କୁମ୍ବିଙ୍ଗ ଚାଲୁଥିବା ସମୟରେ ଗତ୨୩ ତାରିଖ ଦିନ ୧୦ ଘଟିକା ରେ ମାଓବାଦୀଙ୍କ ତରଫରୁ ଯବାନଙ୍କ ଉପରକୁ ଅତର୍କିତ ଗୁଳି ଚାଳନା କରାଯାଇଥିଲା।

ଜବାନ ଙ୍କ ପାଲଟା ଗୁଳିଚାଳନାର ସାମନା କରି ନ ପାରି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ପୁଣି ଥରେ ସେହିଦିନ ଅନ୍ୟ ଏକ ଏସଓଜି ଜବାନ ମାନଙ୍କଉପରକୁ ମଧ୍ୟ ଅତର୍କିତ ଗୁଳି ଚାଳନା କରିଥିଲେ ମାଓବାଦୀ। ଜବାନ ଙ୍କ ପାଲଟା ଆକ୍ରମଣରେ ଜାଗା ଛାଡି ପଳାୟନ କରିଥିଲେ ମାଓବାଦୀ। ମଓକେମ୍ପ ଧ୍ବଂସ କରିବା ସଙ୍ଗେ ବହୁ ମାଓ ସାମଗ୍ରୀ ଜବତ କରିଥିଲେ ଜବାନ। ଏହି ସାମ୍ବାଦିକ ସମ୍ମିଳନୀରେ ୨୧୬ ସିଆରପିଏଫ ବାଟାଲିୟନର କମାଣ୍ଡେଣ୍ଟ ଏରିକ ଗିଲବଟ ଜୋସେ, ଦୁଇଜଣ ଦ୍ଵିତୀୟ କମାଣ୍ଡେଣ୍ଟ ରତୀନ୍ଦ୍ର ମିଶ୍ର ଓ ଧିରଜ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଜିଲ୍ଲା ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର

Odisha Halchal

ଭୋଗରାଇ ଜଗନ୍ନାଥ ମନ୍ଦିରରୁ ଲୁଟ୍‌, ତାଲା ଭାଙ୍ଗି ଲୁଟି ନେଲେ ସୁନାଗହଣା-ହୁଣ୍ଡି

Odisha Halchal

ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ,

Odisha Halchal

Leave a Comment