ଓଡ଼ିଶା ଖବରନ୍ୟୁଜ୍

ଦୀପାବଳୀ କୁ ନିଆରା ଢଙ୍ଗରେ ପାଳନ କରନ୍ତି ମେହେର ସମ୍ପ୍ରଦାୟ

ଦୀପାବଳୀ କୁ ନିଆରା ଢଙ୍ଗରେ ପାଳନ କରନ୍ତି ମେହେର ସମ୍ପ୍ରଦାୟ

ବୌଦ୍ଧ:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର )ବିଭିନ୍ନ ସ୍ଥାନରେ ପାଳିତ ହେଲା ଆଲୋକ ର ପର୍ବ ଦୀପାବଳୀ । ହେଲେ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିଥାନ୍ତି ବୌଦ୍ଧ ଜିଲ୍ଲା ବାଉଁଶୁଣି ଗ୍ରାମର ମେହେର ସମ୍ପ୍ରଦାୟ ର ପରିବାର ।

ଘରେ ଘରେ ଜମିଥାଏ ପିଠାପଣା ର ଆସର ଏବଂ ସଂଧ୍ୟାରେ ସମୟରେ ଆଖୁରେ ଦୀପଜାଳି ଗ୍ରାମର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ରଜାବାହାବେ ଖଣ୍ଡଖଜା ଖାବେ ଅନ୍ଧାରେ ଆଓ ଉଜୁଲେ ଯାଉ ବୋଲି ବଡ଼ବଡ଼ିଆ ଡାକିଥାନ୍ତି । ଏହି ପରମ୍ପରାରେ ଛୋଟ ରୁ ବୃଦ୍ଧ ପର୍ଯ୍ୟନ୍ତ ସାମିଲ୍ ହୋଇ ଏହି ପର୍ବକୁ ଧୁମଧାମ୍ ର ସହ ପାଳନ କରିଥାନ୍ତି ।

କିମ୍ବଦନ୍ତୀ ହିସାବରେ କହିବାକୁ ଗଲେ ବିଜୟା ଦଶମୀରେ ରାବଣ କୁ ମାରି ବିଜୟ ଲାଭକରି ଠିକ୍ ଏହି ଦିନ ପ୍ରଭୁ ରାମଚନ୍ଦ୍ର ବନ ରୁ ଅଯୋଧ୍ୟାକୁ ଫେରୁଥିବା ବେଳେ ଅନ୍ଧାର ହେବାରୁ ସେମାନେ ଆଲୋକ ଦେଖାଇବା ପାଇଁ ଏହି ପର୍ବକୁ କେଉଁ କାଳରୁ ଆଜି ଯାଏ ପାଳନ କରିଆସୁଛନ୍ତି ।

Related posts

ଋଷ-ୟୁକ୍ରେନ୍ ଯୁଦ୍ଧ ସ୍ଥିତି: ଚିନ୍ତା ପ୍ରକଟ କଲା ଭାରତ, କୂଟନୈତିକସ୍ତରରେ ସମାଧାନ ପାଇଁ ଭାରତର ଆହ୍ୱାନ

Odisha Halchal

ଦୟାକରି ଧ୍ୟାନ ଦିଅନ୍ତୁ…ଆଇଆରସିଟିସି ବଦଳାଇଲା ଅନ୍‌ଲାଇନ୍ ଟିକେଟ୍ ବୁକିଂର ନିୟମ

Odisha Halchal

ସ୍ମଶାନ ଓ ଗୋଚର ଜମିକୁ ଜବରଦଖଲ

Odisha Halchal

Leave a Comment