ଓଡ଼ିଶା ଖବରନ୍ୟୁଜ୍

ସ୍କୁଲରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ପୁରୁଷ କର୍ମଚାରୀ ବିଚ୍‌ ରାସ୍ତାରେ ହାତାହାତି

ସ୍କୁଲରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ପୁରୁଷ କର୍ମଚାରୀ ବିଚ୍‌ ରାସ୍ତାରେ ହାତାହାତି

ସ୍କୁଲରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ପୁରୁଷ କର୍ମଚାରୀ ବିଚ୍‌ ରାସ୍ତାରେ ହାତାହାତି, ଆପୋଷ ସମାଧାନ କଲା ପୋଲିସ୍‌
ପୁରୁଷୋତ୍ତମପୁର ବ୍ଲକ ଭାଟ କୁମାରଡ଼ା ଆଦର୍ଶ ବିଦ୍ୟାଳୟର ଜଣେ ମହିଳା କର୍ମଚାରୀ ଏବଂ ଜଣେ ପୁରୁଷ କର୍ମଚାରୀଙ୍କ ମଧ୍ୟରେ ହାତାହାତି ହେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଏପରି ଘଟଣା ପୁରୁଷୋତ୍ତମପୁର, ବ୍ରହ୍ମପୁର ମୁଖ୍ୟ ରାସ୍ତାର ବାଇଧର ମନ୍ଦିର ପାଖରେ ଘଟିଛି । ଏହି ଘଟଣାରେ ପୁଅ ଘର ଓ ଝିଅର ସ୍ୱାମୀ ଏବଂ ପରିବାର ଆସି ବିଚ୍‌ ରାସ୍ତାରେ ପାଟିତୁଣ୍ଡ ସହ ହଣା କଟା ପର୍ଯ୍ୟନ୍ତ ହୋଇ ଥିବାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ମହିଳା କର୍ମଚାରୀ ଜଣଙ୍କ କାନ୍ଦୁ ଥିବାର ମଧ୍ୟ ଭିଡିଓରେ ଦେଖାଯାଇଛି ।

ତେବେ ଏହା ସ୍କୁଲର କୌଣସି କାମକୁ ନେଇ ଦୁଇକର୍ମଚାରୀଙ୍କ ମଧ୍ୟରେ କଥା କଟାକଟି ପରେ ତାହା ଆଜି ଉଗ୍ରରୂପ ନେଇଥିଲା । କିଛି ଲୋକଙ୍କ ହସ୍ତକ୍ଷେପ ପରେ ପୋଲିସକୁ ଖବର ଦିଆଯାଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ଥାନାକୁ ଡ଼ାକି ଥିଲା ।

ଏହା ଗୋଟିଏ ଛୋଟିଆ କଥାରୁ ହୋଇଥିବାରୁ ଦୁହିଁଙ୍କ ମଧ୍ୟରେ ଆପୋଷ ସମାଧାନ କରି ଛାଡି ଦେଇଥିଲା ।ବିଦ୍ୟାଳୟର ଅଧକ୍ଷଙ୍କୁ ପଚାରିବାରୁ ତାହା ସେମାନଙ୍କର ନିଜସ୍ୱ କଳି ଆମେ ସେଥିରେ ମଧ୍ୟସ୍ତ କରିବାର ନାହିଁ ବୋଲି କହିଥିଲେ । ଦୁଇଜଣ ଯାକ ଚୁକ୍ତି ଭିତ୍ତିକ ଭାବରେ ରହିଛନ୍ତି । ଏହି ବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନୋଟିସ କରିବେ ବୋଲି ଅଧ୍ୟକ୍ଷ କହିଛନ୍ତି ।

Related posts

କମ୍ପାନୀ ମାନଙ୍କ ମନ ମୁଖିରେ କୁକୁଡ଼ା ଚାଷି ହନ୍ତସନ୍ତ

Odisha Halchal

ଖଜୁରୀ ରସ କୁ ନେଇ ମହାଭାରତ

Odisha Halchal

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମୋକଡ୍ରିଲ

Odisha Halchal

Leave a Comment