ଓଡ଼ିଶା ଖବରନ୍ୟୁଜ୍

ଫାଷ୍ଟଫୁଡ୍ ଦୋକାନ ରେ ଦୋକାନୀ ମାଲିକ ଙ୍କ ମୃତଦେହ ଉଦ୍ଧାର

ଫାଷ୍ଟଫୁଡ୍ ଦୋକାନ ରେ ଦୋକାନୀ ମାଲିକ ଙ୍କ ମୃତଦେହ ଉଦ୍ଧାର

କଟକ:-(ରିପୋର୍ଟ:-ତୁଷାର ଜ୍ୟୋତି ନାୟକ )ମାହାଙ୍ଗା ଥାନା ଛତ୍ରତୋଟା ବଜାର ରେ ଥିବା ବାପିନା ଫାଷ୍ଟ ଫୁଡ୍ ଦୋକାନ ଭିତରେ ଦୋକାନ ମାଲିକ ପ୍ରଶାନ୍ତ ବେହେରା ଙ୍କ ମୃତ ଦେହ ପଡ଼ିଥିବା ସୂଚନା।ପ୍ରତିଦିନ ଭଳି ପ୍ରଶାନ୍ତ ଫାଷ୍ଟଫୁଡ୍ ଦୋକାନ ବନ୍ଦ କରି ଦୋକାନ ଭିତରେ ଶୋଇବାକୁ ଯାଇଥିଲା।

ସକାଳୁ ଘରକୁ ଫେରିବାକୁ ବିଳମ୍ବ ହେବାରୁ ବାପା କୁଳମଣି ବେହେରା ଦୋକାନ କୁ ଆସି କବାଟ ବାଡ଼େବା ପରେ କେହି ଖୋଲି ନଥିଲେ।

ଫଳରେ ବଜାର ରେ ଥିବା କିଛି ଲୋକ ଓ ପ୍ରଶାନ୍ତ ର ବାପା ଦୋକାନ କବାଟ ଭାଙ୍ଗି ଦେଖିଲା ବେଳକୁ ପ୍ରଶାନ୍ତ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ,ପ୍ରଶାନ୍ତ ଅଧିକ ନିଶା ସେବନ କରି ସୋଇଥିବା ବେଳେ ହାର୍ଟ ଅଟାକ ରେ ମୃତ୍ୟୁ ହୋଇଥିବା ଲୋକମାନେ କହିଛନ୍ତି,ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Related posts

ଡ୍ରେସ୍ କିଣିବାକୁ ପଇସା ନଦେବାରୁ ମାକୁ ହତ୍ୟା

Odisha Halchal

ଏକ ଟଙ୍କା ଲୋଭ ଦେଖାଇ ନାବାଳିକାକୁ ଦୁଷ୍କର୍ମ

Odisha Halchal

ରକେଟ୍‌ ମାଡରେ ଦୋହଲିଲା ଲଭିଭ୍‌, ମାରିୟୁପୋଲ୍‌

Odisha Halchal

Leave a Comment